ପୂରଣ ହେଲା ଗମ୍ଭୀରଙ୍କ ଡିମାଣ୍ଡ, ଟିମ ଇଣ୍ଡିଆର ବୋଲିଂ କୋଚ ହେଲେ ମର୍କେଲ

ନନ୍ଦିଘୋଷ ବ୍ୟୁରୋ: ଟିମ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କ ଗୋଟିଏ ପରେ ଗୋଟିଏ ଡିମାଣ୍ଡ ପୂରଣ ହେବାରେ ଲାଗିଛି । ପୂର୍ବରୁ ଲକ୍ଷୌ ସୁପର ଜାଏଣ୍ଟ ପକ୍ଷରୁ ଏକାଠି କାମ କରିଥିବା ମର୍କେଲଙ୍କୁ ବୋଲିଂ କୋଚ ପାଇଁ ଡିମାଣ୍ଡ ରଖିଥିଲେ ମର୍କେଲ । ଆଉ ଆଜି ଏହା ମଧ୍ୟ ପୂରଣ ହୋଇଛି । ଟିମ ଇଣ୍ଡିଆର ବୋଲିଂ କୋଚଭାବେ ତାଙ୍କୁ ନିଯୁକ୍ତ କରାଯାଇଛି । ବିସିସିଆଇ ସମ୍ପାଦକ ଜୟ ଶାହା ଏହି ସୂଚନା ଦେଇଛନ୍ତି । ତେବେ ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜରୁ ନିଜର କାର୍ଯ୍ୟଭାର ସମ୍ଭାଳିବେ ମର୍କେଲ । ଦକ୍ଷିଣ ଆଫ୍ରିକାର ପୂର୍ବତନ ଦୃତ ବୋଲର ମର୍କେଲ ଜଣେ ଦକ୍ଷ ବୋଲର ଥିଲେ । ଆଇପିଏଲରେ ମଧ୍ୟ ସେ ଦିଲ୍ଲୀ କ୍ୟାପିଟାଲ, ଚେନ୍ନାଇ ସୁପରକିଙ୍ଗସ ପକ୍ଷରୁ ଖେଳିଛନ୍ତି । ତାଙ୍କର ଦକ୍ଷ ବୋଲିଂ ଆଗରେ ବଡ଼ ବଡ଼ ବ୍ୟାଟ୍ସମ୍ୟାନମାନେ ଧରାଶାୟୀ ହୋଇଥିବାବେଳେ ଭାରତୀୟ ଦଳର ବୋଲିଂ ଦିଶାକୁ କେଉଁ ଦିଗକୁ ନେବେ ତାହା ଦେଖିବାକୁ ବାକି ରହିଛି । ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜରୁ ତାଙ୍କର ପରୀକ୍ଷା ଆରମ୍ଭ ହେବ ।