ଲକଡାଉନ୍ ଲାଗୁ ନହୋଇଥିଲେ ଅସମ୍ଭାଳ ହୋଇଥାନ୍ତା ଭାରତର ସ୍ଥିତି
1 min readନୂଆଦିଲ୍ଲୀ: ଦେଶରେ ଲକଡାଉନ୍ ଓ ଅନ୍ୟ ସତର୍କତାମୂଳକ ପଦକ୍ଷେପ ନିଆଯାଇ ନଥିଲେ କଣ ହୋଇଥାନ୍ତା ? କଣ ରହିଥାନ୍ତା ଦେଶର ସ୍ଥିତି ? ୧୩୦ କୋଟି ଭାରତୀୟଙ୍କ ଅବସ୍ଥା କିଭଳି ଥାନ୍ତା ? ଏହାର ଭୟାବହ ସ୍ଥିତି ଆଙ୍କିଛି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରାଳୟ । ଦେଶବ୍ୟାପୀ ଲକଡାଉନ୍ ଲାଗୁ ସହ ଅନ୍ୟ ପଦକ୍ଷେପ ନିଆଯାଇ ନଥିଲେ ଏପ୍ରିଲ ୧୩ ସୁଦ୍ଧା ପ୍ରାୟ ୮.୨ ଲକ୍ଷ ଲୋକ କରୋନା ସଂକ୍ରମିତ ହୋଇ ସାରିଥାନ୍ତେ । ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ ଏନେଇ ସୂଚନା ଦେଇଛନ୍ତି ।
Correction: Without this lockdown and without containment measures, India would have had 8.2 lakh cases by 15th April: Lav Aggarwal, Joint Secretary, Union Health Ministry #COVID19 pic.twitter.com/VhJjwBE56k
— ANI (@ANI) April 11, 2020
କୋଭିଡ୍-୧୯ ସହ ମୁକାବିଲା ପାଇଁ ଦେଶ ବହୁ ପଦକ୍ଷେପ ନେଇଛି । ଦେଶରେ ୫୮୬ଟି କୋଭିଡ୍-୧୯ ହସ୍ପିଟାଲ ପ୍ରସ୍ତୁତ ହୋଇଛି । ୧ ଲକ୍ଷ ଆଇସୋଲେସନ୍ ବେଡ୍ ମଧ୍ୟ ପ୍ରସ୍ତୁତ ଥିବା କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ ।
ଏହାସହ ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୪୦ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି ବୋଲି ଲବ ଅଗ୍ରୱାଲ ସୂଚନା ଦେଇଛନ୍ତି ।
Total no. of #COVID19 cases in the country is 7,447 now, 642 people have recovered. In the last 24 hours – there have been 1,035 new cases and 40 deaths. Total 239 deaths have been reported so far: Govt of India pic.twitter.com/VLAfSFkLMZ
— ANI (@ANI) April 11, 2020
ଅନ୍ୟପଟେ ଦେଶରେ ଡାକ୍ତର ଓ ଅନ୍ୟ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଉପରେ ଆକ୍ରମଣ ରୋକିବାକୁ ସରକାର ପଦକ୍ଷେପ ନେଇଛନ୍ତି । କେନ୍ଦ୍ର ଗୃହ ମନ୍ତ୍ରାଳୟ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଚିଠି ଲେଖିଛି । ଡାକ୍ତର ଓ ଅନ୍ୟ ମେଡିକାଲ ଷ୍ଟାଫଙ୍କୁ ମେଡିକାଲ ଓ କ୍ୱାରେଣ୍ଟାଇନ୍ ସେଣ୍ଟରରେ ପୋଲିସ ସୁରକ୍ଷା ଦେବାକୁ ଚିଠିରେ କୁହାଯାଇଛି ।