spot_img

Latest Posts

ପାଡ଼ୁଆ ପୋଲିସର ଚଢ଼ାଉରେ ଜବତ ହେଲା ୭ଶହ କେଜିରୁ ଅଧିକ ପରିମାଣର ଗଞ୍ଜେଇ

ଲମତାପୁଟ: ଗଞ୍ଜେଇ ଚୋରା ଚାଲାଣ ଉଦ୍ୟମ ହେଲା ପଣ୍ଡ। ହାତିବାରି ଗାଁରେ ପାଡୁଆ ପୋଲିସ ଚଢ଼ାଉ କରି ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି। ଜବତ ହୋଇଥିବା ଗଞ୍ଜେଇର ମରିମାଣ ୭ ଶହ କେଜିରୁ ଅଧିକ ହେବ। ଗଞଜେଇ ସହ ୨ଟି ଗାଡିକୁ ଜବତ କରିଛି ପୋଲିସ। ପୋଲିସର ଚଢ଼ାଉ ବେଳେ ଗଞ୍ଜେଇ ମାଫିଆମାନେ ଫେରାର ହୋଇଯାଇଛନ୍ତି। କୋରାପୁଟ ଜିଲ୍ଲା ପାଡୁଆ ପୋଲିସକୁ ହାତିବାରି ଗାଁରୁ ଗଞ୍ଜେଇ ଚାଲାଣ ହେଉଥିବା ନେଇ ଖବର ମିଳିଥିଲା। ଖବରକୁ ଆଧାର କରି ପାଡୁଆ ପୁଲିସ ହାତିବାରି ଏକ ଟିମଗଠନ କରି ହାତିବାରି ଗାଁରେ ଚଢ଼ାଉ କରିଥିଲେ।

ପୋଲିସର ଚଢ଼ାଉ ଦେଖି ଗଞ୍ଜେଇ ମାଫିଆ ମାନେ ଘଟଣାସ୍ଥଳରେ ଗୋଟିଏ ମିନି ଟ୍ରକ ଓ ଗୋଟିଏ ପିକପ୍‌ ଭ୍ୟାନକୁ ଛାଡ଼ି ଛତ୍ରଭଙ୍ଗ ଦେଇଥିଲେ। ପରେ ପୋଲିସ ୨ଟି ଗାଡିକୁ ଜବତ କରିବା ସହ ୭୦୦କେଜିରୁ ଉର୍ଦ୍ଧ ଗଞ୍ଜେଇ କୁ ମଧ୍ୟ ଜବତ କରିଛି। ଜବତ ଗଞ୍ଜେଇର ହାରାହାରି ମୂଲ୍ୟ ୭୦ଲକ୍ଷ ଟଙ୍କା ହେବ। ଏହି ମାମଲାରେ କାହାରିକୁ ଗିରଫ କରାଯାଇ ନାହିଁ। ଘଟଣାକୁ ନେଇ ପୁଲିସର ତଦନ୍ତ ଜାରି ରହିଥିବା ବେଳେ ହାତିବାରି ଅଞ୍ଚଳରୁ ବାହାର ରାଜ୍ୟକୁ  ଗଞ୍ଜେଇ ଚାଲାଣ କରିବା ନେଇ ଯୋଜନା ରହିଥିବା ପାଡୁଆ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

Latest Posts

Don't Miss