ରାଜ୍ୟରେ ୪୦ ଲକ୍ଷରୁ ଅଧିକ ଲୋକ କରିନାହାନ୍ତି ଇ-କେୱାଇସି ଅପଡେଟ: ଯୋଗାଣ ମନ୍ତ୍ରୀଙ୍କ ସୂଚନା
1 min readଭୁବନେଶ୍ବର: ରାଜ୍ୟରେ ଅଛନ୍ତି ୪୦ ଲକ୍ଷରୁ ଅଧିକ ଅଯୋଗ୍ୟ ଏବଂ ଭୂତ ହିତାଧିକାରୀ ।୪୦ ଲକ୍ଷରୁ ଅଧିକ ଲୋକ କରିନାହାନ୍ତି ଇ-କେୱାଇସି ଅପଡେଟ । ବର୍ତ୍ତମାନ ସୁଦ୍ଧା ୮୮ ପ୍ରତିଶତ ଲୋକ ଇ-କେୱାଇସି କରିସାରିଲେଣି ବୋଲି ସୂଚନା ଦେଇଛନ୍ତି ଯୋଗଣ ମନ୍ତ୍ରୀ । ଆହୁରି ୪୦ ଲକ୍ଷ ୪୦ ହଜାର ୮୬୪ ଜଣ ହିତାଧିକାରୀ ଇ-କେ୍ୱାଇସି କରି ନାହାନ୍ତି । ବୋଧହୁଏ ଅଯୋଗ୍ୟ ଏବଂ ମୃତ ବ୍ୟକ୍ତି ଏଥିରେ ରହିଛନ୍ତି ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ । ମୋଟ ୩ କୋଟି ୩୫ ଲକ୍ଷ ୫୭୦ ରୁ ୨ କୋଟି ୯୫ ଲକ୍ଷ ୮୯ ହଜାର ୯୧୨ ଜଣ ହିତାଧିକାରୀ ଇ-କେୱାଇସି କରି ସାରିଛନ୍ତି । ରାଜ୍ୟରେ ୨ କୋଟି ୯୪ ଲକ୍ଷ ୫୯ ହଜାର ୮୮୬ ଇ-କେୱାଇସି ଏବଂ ରାଜ୍ୟ ବାହାରୁ ଲକ୍ଷେ ୩୦ ହଜାର ୨୬ ଜଣ ବାହାରେ ଇ-କେୱାଇସି କରୁଛନ୍ତି । ଡିସେମ୍ବର ୩୧ରେ ଇ-କେୱାଇସି ଯାଞ୍ଚ ସରିବା ପରେ ଯଦି ଅଭିଯୋଗ ଆସେ ସରକାର ବିଚାର କରିବେ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।