ଅଜଣା ରୋଗରେ ଯାଉଛି ଗାଈଙ୍କ ଜୀବନ, ୧୦ ଦିନରେ ୩୫ରୁ ଅଧିକ ଗୋରୁ ମୃତ

1 min read
More Than 35 Cows Died In Unknown Disease At Boudh

ବୌଦ୍ଧ: ବୌଦ୍ଧରେ ଗୋରୁ ମଡ଼କ । ଅଜଣା ରୋଗରେ ଆକ୍ରାନ୍ତ ହୋଇ ଗୋଟିଏ ଗୋଟିଏ ଗାଈ-ଗୋରୁଙ୍କ ମୃତ୍ୟୁ ହେଉଛି । ତିଲେଶ୍ୱର ପଞ୍ଚାୟତରେ ୧୦ ଦିନ ମଧ୍ୟରେ ୩୫ରୁ ଊର୍ଦ୍ଧ୍ୱ ଗାଈଙ୍କ ମୃତ୍ୟୁ ହୋଇଛି । ଯାହାକୁ ନେଇ ଗୋପାଳଙ୍କୁ ଘାରିଛି ଚିନ୍ତା । ସେପଟେ ଗୋରୁ ମଡ଼କର କାରଣ ଜାଣିବା ପାଇଁ ଗାଁରେ ପହଞ୍ଚିଛି ପ୍ରାଣୀଧନ ଚିକିତ୍ସା ବିଭାଗର ଟିମ୍ ।

More Than 35 Cows Died In Unknown Disease At Boudh

ଅଜଣା ରୋଗରେ ଆକ୍ରାନ୍ତ ଗୃହପାଳିତ ପଶୁ । ଗୋଟିଏ ପରେ ଗୋଟିଏ ଗାଈଙ୍କ ମୃତ୍ୟୁ ହେଉଛି । ବୌଦ୍ଧ ଜିଲ୍ଲା ତିଲେଶ୍ୱର ପଞ୍ଚାୟତ ଖଣ୍ଡହତା ଗାଁରେ ଅଜଣା ରୋଗରେ ଆକ୍ରାନ୍ତ ହେଉଛନ୍ତି ଗୃହପାଳିତ ପଶୁ । ଗତ ୧୦ ଦିନ ମଧ୍ୟରେ ଗାଁର ୩୫ରୁ ଅଧିକ ଗାଈଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଗାଈ ଏବେ ବି ରୋଗରେ ଆକ୍ରାନ୍ତ ଅଛନ୍ତି । ଏନେଇ ଅଭିଯୋଗ ପରେ ପ୍ରାଣୀଧନ ବିଭାଗର ଏକ ଡାକ୍ତରୀ ଦଳ ଗାଁରେ ପହଞ୍ଚି ଚିକିତ୍ସା ଆରମ୍ଭ କରିଛି ।

More Than 35 Cows Died In Unknown Disease At Boudh

ସଂକ୍ରମଣ ଜନିତ ରୋଗ ପାଇଁ ଗାଈଙ୍କ ଜୀବନ ଯାଉଛି । ତେଣୁ ମୃତ ଗୋରୁ-ଗାଈଙ୍କୁ ଏଣେ ତେଣେ ନପକାଇ ପୋତି ଦେବାକୁ ପରାମର୍ଶ ଦେଇଛି ପ୍ରାଣୀଧନ ବିଭାଗ । ସେହିପରି ବଜବଜିଆ ରୋଗ ପାଇଁ ଗୋରୁଙ୍କୁ ଭ୍ୟାକ୍ସିନ ଦିଆଯାଇଛି । ୧୦ ଦିନ ପରେ ବୁଷ୍ଟର ଡୋଜ୍ ଦିଆଯିବ ବୋଲି ଡାକ୍ତର କହିଛନ୍ତି । ଅନ୍ୟପଟେ ରୋଗର କାରଣ ଜାଣିବା ପାଇଁ ନମୂନା ସଂଗ୍ରହ କରି ଲ୍ୟାବକୁ ପଠାଇଛି ବୋଲି ବିଭାଗ କହିଛି । ଋଣ କରି ଗୋପାଳନ କରୁଥିବା ଚାଷୀ ଏବେ ଚିନ୍ତାରେ । ତେଣୁ ତୁରନ୍ତ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିବାକୁ ଦାବି କରିଛନ୍ତି ଖଣ୍ଡହତା ଗ୍ରାମବାସୀ ।