ଦୁର୍ଗ ଛାଡ଼ିଲେ ୨୫୦ରୁ ଅଧିକ ମାଓ ସମର୍ଥକ

ମାଲକାନଗିରି: ବିକାଶ ହେଉଛି, ଲାଲଗଡ଼ ଭୁଶୁଡ଼ୁଛି । ଲାଲ ବାହିନୀର ହାତ ଛାଡ଼ିଛନ୍ତି ୨୫୦ରୁ ଅଧିକ ମାଓ ସମର୍ଥକ । ମାଥିଲି ବ୍ଲକ ମହୁପଦରରେ ପୋଲିସର ସ୍ଥାୟୀ କ୍ୟାମ୍ପ ହେବା ପରେ ମାଓବାଦୀଙ୍କୁ ଲାଗିଛି ବଡ଼ ଝଟକା । ପୂର୍ବରୁ ମାଓବାଦୀଙ୍କ ସମର୍ଥକ ଥିବା ଲୋକେ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ।ସ୍ଥାୟୀ ପୋଲିସ କ୍ୟାମ୍ପ ହେବା ପରେ ସେମାନଙ୍କୁ ସମସ୍ତ ସରକାରୀ ସୁବିଧା ମିଳିବ ଓ ଅଞ୍ଚଳର ଉନ୍ନତି ହେବ ବୋଲି ଆଶା ରଖିଛନ୍ତି । ହାଟପଦାରେ ଏନେଇ ଶପଥ ନେବା ସହ ଲାଲବାହିନୀକୁ ଆଉ ସହଯୋଗ କରିବେ ନାହିଁ ବୋଲି କହିଛନ୍ତି ।
ପୋଲିସ ଆତ୍ମସମର୍ପଣ କରିଥିବା ଲୋକଙ୍କୁ ମାଗଣାରେ କମ୍ବଳ, ଡ୍ରେସ୍ ବାଣ୍ଟିଛି । ପୂର୍ବରୁ ମହୁପଦର ଅଞ୍ଚଳର ମାଓବାଦୀଙ୍କ କବଜାରେ ଥିଲା ।