ରାସ୍ତାରେ ଗଡ଼ିପାରିବ ୧୫ ବର୍ଷରୁ ଅଧିକ ଗାଡ଼ି, ବାସ୍ କରିବାକୁ ପଡ଼ିବ ଏତିକି

1 min read

ଭୁବନେଶ୍ୱର: ଆପଣଙ୍କ ପାଖେ ୧୫ ବର୍ଷରୁ ଅଧିକ ପୁରୁଣା ଗାଡ଼ି ଅଛି କି ? ତେବେ ଚିନ୍ତା ଛାଡ଼ନ୍ତୁ । କାରଣ ରାସ୍ତା ଉପରେ ୧୫ ବର୍ଷରୁ ଅଧିକ ହୋଇଥିବା ଗାଡ଼ି ବି ଗଡ଼ିପାରିବ । ଏନେଇ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ତେବେ ଆପଣଭଙ୍କ ପାଖେ ୧୫ ବର୍ଷରୁ ଅଧିକ ଦିନର ଗାଡ଼ି ଥିଲେ । ଆପଣଙ୍କୁ ଆରଟିଓ କାର୍ଯ୍ୟାଳୟ ଯାଇ ଗାଡ଼ି ରିନ୍ୟୁ କରିବାକୁ ପଡ଼ିବ । ଗାଡ଼ିର ଫିଟନେସ  ଥିବା ଯାଏଁ ପଞ୍ଜିକରଣ ବୈଧ ରହିବ ।

ତେବେ, ୧୫ ବର୍ଷରୁ ଅଧିକ ସବୁ ଗାଡ଼ି କ୍ଷେତ୍ରରେ ଏହି ନିୟମ ଲାଗୁ ହେବନାହିଁ । କେବଳ ଅଣ-ପରିବହନ ଗାଡ଼ି କ୍ଷେତ୍ରରେ ଏହା କାର୍ଯ୍ୟକାରୀ ହେବ ବୋଲି ରାଜ୍ୟ ପରିବହନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

https://nandighoshatv.comnew-mv-act-strictly-applied-after-4-days/

Leave a Reply