ପୋଲସରାରେ ବିଲୁଆ ଆକ୍ରମଣରେ ୧୫ରୁ ଊର୍ଦ୍ଧ୍ବ ଆହତ

1 min read

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ପୋଲସରାରେ ବିଲୁଆ ଆତଙ୍କ। ବିଲୁଆ ଆକ୍ରମଣରେ ୧୫ରୁ ଊର୍ଦ୍ଧ୍ବ ଆହତ ହୋଇଛନ୍ତି। ହାତୀଓଟ, ଜେମାଦେଇପୁର, ପ୍ରାଣପୁରଦେଇପୁର ଗାଁରେ ବିଲୁଆ ଆତଙ୍କ ଖେଳାଇଛି।

ଆହତ ମାନଙ୍କ ମଧ୍ୟରେ ରହିଛନ୍ତି ୭ରୁ ଅଧିକ ମହିଳା। ପୋଖରୀ ଓ ଚାଷ ଜମିକୁ ଯିବା ସମୟରେ ଗୋଟିଏ ବିଲୁଆ ଆକ୍ରମଣ କରିଛି l ଆହତଙ୍କୁ ଚିକିତ୍ସା ପାଇଁ ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି l ସେପଟେ ଆହତଙ୍କୁ ମେଡିକାଲ ଯାଇ ଭେଟିଛନ୍ତି ପୋଲସରା ପୂର୍ବତନ ବିଜେଡି ବିଧାୟକ ଶ୍ରୀକାନ୍ତ ସାହୁ।