ଆଜି ସୃଷ୍ଟି ହେବ ମହାଜାଗତିକ ଘଟଣା: ପ୍ରତି ଘଣ୍ଟାରେ ପୃଥିବୀ ଉପରେ ପଡିବ ୧୨୦ରୁ ଅଧିକ ଉଲକାପିଣ୍ଡ

ଭୁବନେଶ୍ବର: ଆଜି ସୃଷ୍ଟି ହେବ ମହାଜାଗତିକ ଘଟଣା । ପ୍ରଥମ ଥର ଲାଗି ଦେଖିବାକୁ ମିଳିବ ଏହି ଦୃଶ୍ୟ । ଆଜି ପୃଥିବୀ ଉପରେ ବହୁସଂଖ୍ୟକ ଉଲକାପାତ ଦେଖିବାକୁ ମିଳିବ । ଏହାକୁ ଜେମିନିଡ ମେଟିଓର ସୋୟର କୁହାଯାଇଥାଏ । ପ୍ରତି ଘଣ୍ଟାରେ ୧୨୦ରୁ ଅଧିକ ଉଲକାପାତ ହେବ । ୩୨୦୦ ଫେଥନ ନାମକ ଏକ କ୍ଷୁଦ୍ର ଗ୍ରହରୁ ଜାତ ଉଲକାପିଣ୍ଡ ସମୂହ ପୃଥିବୀ ଅଭିମୁଖେ ପଡ଼ିବ ।

ପୃଥିବୀ ଜେମିନିଡର ନିକଟତର ହେବା ମାତ୍ରେ ବ୍ୟାପକ ଉଲକାପାତ ଘଟଣା ସୃଷ୍ଟି ହେବ । ଏହାକୁ ଭାରତବାସୀ ରାତି ୨ଟାରେ ଦେଖିପାରିବେ । କେବଳ ଏହା ନୁହେଁ ଚଳିତ ଡିସେମ୍ବରରେ ଘଟିବାରେ ଲାଗିଛି ଅନେକ ମହାଜାଗତିକ ଘଟଣାବଳୀ । ଗତ ୫ ତାରିଖରେ ବୁଧ ଓ ସୂର୍ଯ୍ୟ ମଧ୍ଯରେ ଅଧିକ କୌଣିକ ଦୂରତା ଦେଖିବାକୁ ମିଳିଥିଲା । ବୁଧକୁ ଦେଖିବା ଲାଗି ଏହା ଏକ ସୁଯୋଗ ସୃଷ୍ଟି କରିଥିଲା ।

ସୂର୍ଯ୍ୟାସ୍ତ ହେବା ପରେ ପଶ୍ଚିମ ଦିଗରେ ଏହାକୁ ଅବଲୋକନ କରାଯାଇଥିଲା । ୧୨ ଡିସେମ୍ବରରେ ଚନ୍ଦ୍ର ସମ୍ପୂର୍ଣ୍ଣ ଅଦୃଶ୍ଯ ହୋଇଥିବାରୁ ପ୍ରବଳ ଅନ୍ଧକାର ଅବସ୍ଥା ସୃଷ୍ଟି ହୋଇଥିଲା । ୧୩ ଡିସେମ୍ବରରେ ଜେମିନିଡ ମେଟିଓର ସୋୟର ଘଟିଥିଲା । ଏହି କାରଣରୁ ବି ଶତାଧିକ ଉଲକାପାତ୍ ଦେଖିବାକୁ ମିଳିଥିଲା । ଆସନ୍ତା ୨୨ ତାରିଖରେ ସୂର୍ଯ୍ୟ ଦକ୍ଷିଣାଞ୍ଚଳରେ ଅବସ୍ଥାନ କରିବେ । ଏହି କାରଣରୁ ଉତ୍ତରମେରୁରେ ଚଳିତ ବର୍ଷର ସବୁଠାରୁ ଛୋଟ ଦିନ ଓ ସବୁଠାରୁ ବଡ଼ ରାତି ଦେଖିବାକୁ ମିଳିବ ।