ଜାତୀୟ ରାଜପଥରେ ଅଘଟଣ, ଟ୍ରକ ମାଡିଯାଇ ୧୦ରୁ ଅଧିକ ଗୋରୁ ମୃତ

ଟାଙ୍ଗୀ: ୧୬ ନମ୍ବର ଜାତୀୟ ରାଜପଥ ଚଣ୍ଡେଶ୍ବର ଓଭରବ୍ରିଜ ଉପରେ ଦୁର୍ଘଟଣା । ଶୋଇଥିବା ଗୋରୁ ପଲ ଉପରେ ଚଢିଗଲା ଟ୍ରକ୍ । ଘଟଣାସ୍ଥଳରେ
୧୦ରୁ ଅଧିକ ଗୋରୁଙ୍କ ମୃତ୍ୟୁ ହୋଇଥିବା ବେଳେ ୫ରୁ ଅଧିକ ଗୋରୁ ଗୁରୁତର ଅଛନ୍ତି । ପୋଲିସ୍ ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଜବତ କରିବା ସହ ଚାଳକଙ୍କୁ ଗିରଫ କରିଛି ।

ଭୁବନେଶ୍ବରରୁ ବ୍ରହ୍ମପୁର ଯାଉଥିବା ଏକ ମାଲବାହୀ ଟ୍ରକ୍ ଗୋରୁ ପଲ ଉପରେ ଚଢି ଯିବାରୁ ଏଭଳି ଅଭାେବନୀୟ ଘଟଣା ଘଟିଛି । ଫଳରେ ୧୦ ରୁ ଅଧିକ ଗୋରୁଙ୍କ ମୃତ୍ୟୁ ହୋଇଥିଲା  । ୫ ରୁ ଅଧିକ ଗୋରୁ ଗୁରୁତର ହୋଇଥିଲେ । ଦୁର୍ଘଟଣା ଫଳରେ ଗାଡି ମୋଟର ଚଳାଚଳ ବନ୍ଦ ରହିଥିଲା । ପୋଲିସ୍ ଓ ଅଗ୍ନିଶମ ବାହିନୀର ଉଦ୍ଧାର କାର୍ଯ୍ୟ ପରେ ରାସ୍ତାରେ ଗାଡି ଚଳାଚଳ ସ୍ୱାଭାବିକ ହୋଇଛି  ।