spot_img

Latest Posts

ଡି-ବ୍ରଦର୍ସଙ୍କ ଘରୁ ପୁଣି ବିପୁଳ ପରିମାଣରେ ଗୁଳି ଓ ବନ୍ଧୁକ ଜବତ, ଘରେ ସିକ୍ରେଟ ଚ୍ୟାମ୍ବର କରି ରଖିଥିଲେ ଟଙ୍କା ଓ ବନ୍ଧୁକ ଗୁଳି

କଟକ: ଡି-ବ୍ରଦର୍ସଙ୍କ ଘରୁ ପୁଣି ବିପୁଳ ପରିମାଣରେ ଗୁଳି ଓ ବନ୍ଧୁକ ଜବତ । ଆଜିର ରେଡ଼ ସରିଲା ପରେ ମିଳିଛି ବନ୍ଧୁକ ସହ ପ୍ରଚୁର ଟଙ୍କା । ପୁଣି କାଲି ହେବ ସର୍ଚ୍ଚ ଅପରେସନ । ଉଭୟ ଭାଇଙ୍କ କଥା ମୁତାବକ ଘରର ବିଭିନ୍ନ ଜାଗାରେ ସିକ୍ରେଟ ଚ୍ୟାମ୍ବର କରି ଟଙ୍କା ଓ ବନ୍ଧୁକ ଗୁଳି ରଖିଥିଲେ । ସୂଚନା ଦେଲେ ଡିସିପି ପ୍ରତୀକ ସିଂ । ଆସନ୍ତା କାଲି ସାମ୍ବାଦିକ ସମିଳିନୀରେ ବିସ୍ତୃତ ସୂଚନା ଦେବେ ଡିସିପି ।

ଡିସେମ୍ବର ୧୦ ତାରିଖରେ କମିଶନରେଟ୍‌ ପୁଲିସ ଡି-ବ୍ରଦର୍ସଙ୍କ ସିଡିଏ ସ୍ଥିତ ଘରେ ଚଢ଼ଉ କରିଥିଲା। ଚଢ଼ଉ ବେଳେ ୮ଟି ଚୋରା ବନ୍ଧୁକ, ୧୦୫୫ ଗୁଳି ଜୀବନ୍ତ ଗୁଳି, ମୋବାଇଲ୍‌ ବନ୍ଧୁକ ଜବତ କରିଥିଲା। ମାରଣାସ୍ତ୍ର ଗୁଡ଼ିକୁ ଘର ଭିତରେ ଇଣ୍ଟରିୟର ଡିଜାଇନ କରି ରଖାଯାଇଥିଲା। ବନ୍ଧୁକ ଗୁଡ଼ିକ ବିହାରର ମୁଙ୍ଗେରରୁ ଚୋରା ଆସୁଥିବା ଜଣାପଡ଼ିଛି।

୨୦୧୬ ମସିହାରେ ଡି ବ୍ରଦର୍ସଙ୍କ ସହ ପ୍ରକାଶ ବେହେରା ନାମକ ଜଣେ ଅପରୋଧୀ ଗିରଫ ହୋଇଥିଲା । ପରେ ସେ ଜାମିନରେ ମଧ୍ୟ ଆସିଥିଲା । ତାଙ୍କୁ ଗତ କିଛି ଦିନ ତଳେ ୨ ବନ୍ଧୁକ ସହ ଗିରଫ କରାଯାଇଥିଲା । ଏବଂ ସେ ଚୋରା ବନ୍ଧୁକ କାରବାରରେ ସମ୍ପୃକ୍ତ ଥିବା ପୋଲିସ ଜାଣିବାକୁ ପାଇଥିଲା । ପ୍ରକାଶଙ୍କୁ ପଚରାଉଚରା ବେଳେ ଚୋରା ବନ୍ଧୁକ ଓ ଗୁଳି ଡି-ବ୍ରଦର୍ସଙ୍କ ପାଖରେ ଥିବା ପୋଲିସ ଜାଣିବାକୁ ପାଇଥିଲା । ଏହା ପରେ ପୋଲିସ ପକ୍ଷରୁ ରେଡ୍ କରାଯାଇଥିଲା । ପୋଲିସ ଚଢ଼ାଉ ବେଳେ ୧୬ଟି ଚୋରା ବନ୍ଧୁକ ଓ ୧୦୯୫ଟି ଗୁଳି ଜବତ ହୋଇଲା । ଚୋରା ବନ୍ଧୁକ ଓ ଗୁଳି ଧଳସାମନ୍ତଙ୍କ ସିଡିଏସ୍ଥିତ ବାସଭବନରେ ଇଣ୍ଟେରିୟର ଡିଜାଇନ୍‌ ଭିତରେ ଲୁଚାଇ ରଖାଯାଇଥିଲା ।

 

Latest Posts

Don't Miss