spot_img

Latest Posts

ଓଡ଼ିଶାରେ ସୃଷ୍ଟି ହେବ ଅଧିକ ନିଯୁକ୍ତି ସୁଯୋଗ , ଆସିବେ ଆଉ ୧୬ ଆଇଟି କମ୍ପାନୀ

ଭୁବନେଶ୍ବର : ଓଡ଼ିଶାରେ ସୃଷ୍ଟି ହେବ ଅଧିକ ନିଯୁକ୍ତି ସୁଯୋଗ । ଆସିବେ ଆଉ ୧୬ ଆଇଟି କମ୍ପାନୀ । ଦୁଇ ମାସରେ ଖୋଲିବ ଆଇବିଏମ୍ ବକ୍ସ । ଏକାସଙ୍ଗେ ଏଥିରେ କାର୍ଯ୍ୟ କରିବେ ହଜାରେ କର୍ମଚାରୀ । ଆଇଟି ହବ୍ ଭାବେ ପ୍ରତିଷ୍ଠା ହାସଲ କରିଥିବା ଓଡ଼ିଶାକୁ ଆଗାମୀ ଦିନରେ ୧୬-୧୮ଟି ନୂଆ ଆଇଟି କଂପାନି ଆସିବେ। ରାଜ୍ୟ ସରକାର ଭଡ଼ାରେ ବଡ଼ ଧରଣର ହ୍ରାସ କରିଥିବାରୁ ବହୁ କଂପାନି ଓଡ଼ିଶା ଆସିବାକୁ ଚାହୁଛନ୍ତି ବୋଲି ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗର ପ୍ରମୁଖ ସଚିବ ମନୋଜ ମିଶ୍ର କହିଛନ୍ତି।

ଆଗାମୀ ଦୁଇ ମାସ ଭିତରେ କନ୍ସେଣ୍ଟ୍ରିକ୍ସର ମାଲିକାନାରେ ଥିବା ସର୍ବବୃହତ ବିପିଓ, କେପିଓ ସଂସ୍ଥା ଆଇବିଏମ୍ ବକ୍ସ ଓଡ଼ିଶାରେ ଏହାର ସେଣ୍ଟର ସ୍ଥାପନ କରିବ। ଅତିକମରେ ସେଥିରେ ୧୦୦୦ କର୍ମଚାରୀ କାର୍ଯ୍ୟ କରିବେ । ଆଗାମୀ ଦୁଇରୁ ତିନି ବର୍ଷରେ ସବୁ କଲେଜ ଓ ସମ୍ଭବ ହେଲେ ସ୍କୁଲଗୁଡ଼ିକରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଉପରେ ପାଠପଢ଼ା ଆରମ୍ଭ କରିବାକୁ ଲକ୍ଷ୍ୟ ରଖାଯାଇଛି । ଖୁବଶୀଘ୍ର ଏନେଇ ଘୋଷଣା ହୋଇପାରେ ।

Latest Posts

Don't Miss