୧୬୦୦ ଡେଇଁଲା ରାଜ୍ୟରେ ସଂକ୍ରମିତ ସଂଖ୍ୟା, ଆଜି ୬୭ ପଜିଟିଭ୍ ଚିହ୍ନଟ

1 min read

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୬୦୦ ଡେଇଁଛି । ଗତ ୨୪ ଘଣ୍ଟାରେ ନୂତନ କରି ୬୭ ଜଣଙ୍କ ଠାରେ କରୋନା ଭୂତାଣୁ ମିଳିଛି । ଏଥିସହ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୧୬୬୦ରେ ପହଞ୍ଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବସାଇଟରେ ସୂଚନା ଦିଆଯାଇଛି ।

ଗତ ୨୪ ଘଣ୍ଟାରେ ଗଞ୍ଜାମରୁ ସର୍ବାଧିକ ୨୬, ଯାଜପୁରରୁ ୧୧, ଖୋର୍ଦ୍ଧାରୁ ୧୧, ନୟାଗଡ଼ରୁ ୭, ବଲାଙ୍ଗିରରୁ ୨, ଜଗତସିଂହପୁର ୨, କେନ୍ଦୁଝରରୁ ୧, ସମ୍ବଲପୁରରୁ ୨, ସୋନପୁରରୁ ୪, ବରଗଡ଼ରୁ ଗୋଟିଏ ମାମଲା ଚିହ୍ନଟ ହୋଇଛି । ରାଜ୍ୟରେ ୧୬୬୦ଟି ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବା ବେଳେ ୮୧୨ ଜଣ ସୁସ୍ଥ ହୋଇ ଫେରିଛନ୍ତି । ୭ ଜଣଙ୍କ ମୃତ୍ୟୁ ହୋଇଛି । ଏବେ ରାଜ୍ୟର ବିଭିନ୍ନ କୋଭିଡ୍ ହସ୍ପିଟାଲରେ ୮୪୧ ଜଣଙ୍କ ଚିକିତ୍ସା ଚାଲିଛି ।

୩୦ ଜିଲ୍ଲାରୁ ୨୯ ଜିଲ୍ଲାରେ କରୋନା ସଂକ୍ରମଣ ମାମଲା ଆସିଛି । ନୟାଗଡ଼ରୁ ଚିହ୍ନଟ ୭ ଆକ୍ରାନ୍ତ ଗୁଜରାଟ ଫେରନ୍ତା, ସମସ୍ତେ କ୍ୱାରେଣ୍ଟାଇନରେ ଥିଲେ । ସମ୍ବଲପୁରରୁ ଚିହ୍ନଟ ୨ ଜଣଙ୍କ ମଧ୍ୟରୁ ଜଣେ ଉତ୍ତର ପ୍ରଦେଶ ଓ ଅନ୍ୟ ଜଣେ ଆନ୍ଧ୍ରପ୍ରଦେଶରୁ ଫେରି କ୍ୱାରେଣ୍ଟାଇନରେ ଥିଲେ । ବରଗଡ଼ରୁ ଚିହ୍ନଟ ଆକ୍ରାନ୍ତ ମହାରାଷ୍ଟ୍ରରୁ ଫେରି କ୍ୱାରେଣ୍ଟାଇନରେ ଥିଲେ ।

ଗଞ୍ଜାମରୁ ଚିହ୍ନଟ ୨୬ ଜଣଙ୍କ ମଧ୍ୟରୁ ୧୬ ସୁରତ, ୬ ମହାରାଷ୍ଟ୍ର, ୩ଜଣ ତାମିଲନାଡ଼ୁରୁ ଫେରି କ୍ୱାରେଣ୍ଟାଇନରେଥ ଥିଲେ । ସ୍ଥାନୀୟ ଅଞ୍ଚଳରୁ ଜଣେ ସଂକ୍ରମିତ ହୋଇଛନ୍ତି । ଖୋର୍ଦ୍ଧାରୁ ଚିହ୍ନଟ ୧୧ ଆକ୍ରାନ୍ତଙ୍କ ମଧ୍ୟରୁ ୫ ମହାରାଷ୍ଟ୍ର, ୩ ଗୁଜରାଟ, ୨ ପଶ୍ଚିମବଙ୍ଗରୁ ଫେରି କ୍ୱାରେଣ୍ଟାଇନରେ ଥିଲେ । ଗୋଟିଏ ସ୍ଥାନୀୟ ମାମଲା ।

ସେହିପରି ସୋନପୁରରୁ ଚିହ୍ନଟ ୪ ଜଣଙ୍କ ମଧ୍ୟରୁ ୨ ଜଣ ତାମିଲନାଡ଼ୁ ଓ ଅନ୍ୟ ୨ ଜଣ ମହାରାଷ୍ଟ୍ରରୁ ଫେରି କ୍ୱାରେଣ୍ଚାଇନରେ ଥିଲେ । ଯାଜପୁରର ୧୧ କେସ ମଧ୍ୟରୁ ୮ ପଶ୍ଚିମବଙ୍ଗ, ୨ ଗୁଜରାଟ, ଆନ୍ଧ୍ର ପ୍ରଦେଶରୁ ଜଣେ ଫେରିବା ପରେ କ୍ୱାରେଣ୍ଟାଇନରେ ଥିଲେ । ବଲାଙ୍ଗିରରୁ ଚିହ୍ନଟ ୨ ଜଣ ମହାରାଷ୍ଟ୍ରରୁ ଫେରି କ୍ୱାରେଣ୍ଟାଇନରେ ଥିଲେ ।

କଟକରେ ଡାକ୍ତର ହେଲେ କରୋନା ଆକ୍ରାନ୍ତ

କେନ୍ଦୁଝରରୁ ଚିହ୍ନଟ ଜଣେ ଉତ୍ତରପ୍ରଦେଶରୁ ଫେରି କ୍ୱାରେଣ୍ଟାଇନରେ ଥିଲେ । ଜଗତସିଂହପୁରରୁ ଟିହ୍ନଟ ୨ ଜଣ ପଶ୍ଚିମବଙ୍ଗରୁ ଫେରି କ୍ୱାରେଣ୍ଟାଇନରେ ଥିଲେ । ଗଞ୍ଜାମ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୪୦୦ ପାଖାପାଖି ପହଞ୍ଚିଥିବା ବେଳେ ଯାଜପୁର ଜିଲ୍ଲାରେ ୨୫୦ ଡେଇଁଛି । ସେହିଭଳି ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ଟପିଛି ।

କରୋନା ସଂକ୍ରମିତ ହେଲେ ୨ ହୋମଗାର୍ଡ, ରେଲୱେ ଷ୍ଟେସନରେ କରୁଥିଲେ ଡ୍ୟୁଟି

Leave a Reply