ରାଜ୍ୟରେ ଆଉ ୫ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ଓଡ଼ିଶାକୁ ପୁଣି ଘାରିଲା ଫେରନ୍ତା ଚିନ୍ତା। ଆଜି ରାଜ୍ୟରେ ଆଉ ୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏବେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୯କୁ ବୃଦ୍ଧି ହୋଇଛି । ରାଜ୍ୟ ସ୍ୱାସ୍ଥ୍ୟ କଲ୍ୟାଣ ବିଭାଗ ସୂଚନା ଅନୁସାରେ ଏବେ ରାଜ୍ୟରେ ମୋଟ୍ ୫୩ ଆକ୍ଟିଭ୍ କେସ୍ ରହିଛି । ସଂକ୍ରମିତଙ୍କ ସଂଖ୍ୟା ୭୯ ରେ ପହଞ୍ଚଥିବା ବେଳେ ରାଜ୍ୟରେ ସଂକ୍ରମଣ ରୋକିବାକୁ ଜୋରସୋର୍‌ରେ  ଟ୍ରାକିଂ ଓ ଟ୍ରେସିଂ କାମ ଆରମ୍ଭ ହୋଇଛି। ଆକ୍ରାନ୍ତଙ୍କ ମଧ୍ୟରୁ ୫୩ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୨୫ଜଣ ସୁସ୍ଥ ହୋଇଛନ୍ତି। ସେପଟେ କରୋନା ସଂକ୍ରମଣରେ ଜଣଙ୍କ ମୃତ୍ୟୁ ହୋଇଛି।

ଗତ କାଲି ରାଜ୍ୟରେ ୧୩ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ । ତେବେ ଚିହ୍ନଟ ଅଞ୍ଚଳରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଭଦ୍ରକରେ ସଂକ୍ରମଣ ରୋକିବାକୁ ପ୍ରଶାସନ ୫ ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛି । ସଂପୃକ୍ତ ଅଞ୍ଚଳର ଦୁଇଟି ବ୍ଲକରେ ଲକଡାଉନ ନିୟମ ଆହୁରି କଡ଼ାକଡ଼ି କରାଯାଇଛି । ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯାଇଛି। ସେହିପରି ବାଲେଶ୍ବରରେ ମଧ୍ୟ ଆକ୍ରାନ୍ତ ଚିହ୍ନଟ ଅଞ୍ଚଳକୁ ପ୍ରଶାସନ ସିଲ୍‌ କରି ସାନିଟାଇଜ କରିଛି ।

Leave a Reply