ରାଜ୍ୟରେ ଆଉ ୪୮ କରୋନା ସଂକ୍ରମିତ ଚିହ୍ନଟ, ମାମଲା ୬୭୨କୁ ବୃଦ୍ଧି

ଭୁବନେଶ୍ୱର: ଆଜି ଆଉ ୪୮ ଜଣ କରୋନା ସଂକ୍ରମିତ ରାଜ୍ୟରେ ଚିହ୍ନଟ ହୋଇଛନ୍ତି । ଏଥିସହ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୬୭୨ରେ ପହଞ୍ଚିଛି । ବାଲେଶ୍ୱରରୁ ୧୨, ଭଦ୍ରକରୁ ୬, କଟକରୁ ୧, ଦେବଗଡ଼ରୁ ୧, ଗଞ୍ଜାମରୁ ୧୨, ଯାଜପୁରରୁ ୨, ନୟାଗଡ଼ରୁ ୩, ପୁରୀରୁ ୧୦ ଓ ସୁନ୍ଦରଗଡ଼ ଜିଲ୍ଲାରୁ ଗୋଟିଏ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି ।

ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୬୭୨ରେ ପହଞ୍ଚିଥିବା ବେଳେ ୩ ଜଣଙ୍କ ମୃତ୍ୟୁ ହୋଇଛି । ୧୫୮ ସୁସ୍ଥ ହୋଇଥିବା ବେଳେ ୫୧୧ ଜଣ ଆକ୍ରାନ୍ତଙ୍କ ଚିକିତ୍ସା ବିଭିନ୍ନ କୋଭିଡ୍ ହସ୍ପିଟାଲରେ କରାଯାଉଛି ।

Leave a Reply