କେନ୍ଦ୍ରାପଡ଼ାରୁ ଆଉ ୩ କରୋନା ପଜିଟିଭ ଚିହ୍ନଟ…

ଭୁବନେଶ୍ୱର: କେନ୍ଦ୍ରାପଡ଼ାରୁ ଆଉ ୩ କରୋନା ସଂକ୍ରମିତ ଚିହ୍ନଟ। ଡେରାବିଶ ବ୍ଲକ ଅଞ୍ଚଳର ଏକ କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ସଂକ୍ରମତ ଚିହ୍ନଟ ହୋଇଛନ୍ତି ।  ଆକ୍ରାନ୍ତଙ୍କ ଘର ପଟ୍ଟ।ମୁଣ୍ଡାଇ ବ୍ଲକରେ । ସଂକ୍ରମିତ ଚିହ୍ନଟ ହେବା ପରେ ସେମାନଙ୍କୁ କଟକ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଏଥିସହ କେନ୍ଦ୍ରାପଡାରେ ଆକ୍ରାନ୍ତ ସଂଖ୍ୟା ୩୦ରେ ପହଞ୍ଚିଛି।

ଏନେଇ ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି। ସମସ୍ତ ନୂଆ ମାମଲାକୁ ମିଶାଇ ରାଜ୍ୟରେ ୮୩୭ କୁ ବୃଦ୍ଧି ପାଇଛି ଆକ୍ରାନ୍ତଙ୍କ ସଂଖ୍ୟା । ଅନ୍ୟପଟେ କରୋନାରେ ଗତକାଲି ଗଂଜାମ ଜିଲ୍ଲାର ଜଣକର ମୃତ୍ୟୁ ହୋଇଛି । ଏଥିସହ ରାଜ୍ୟରେ ୪ କୁ ବୃଦ୍ଧି ପାଇଛି ମତକଙ୍କ ସଂଖ୍ୟା।  ଓଡ଼ିଶାରେ ମୋଟ୍‌ ସଂକ୍ରମିତଙ୍କ ମଧ୍ୟରୁ ୬୦୬ଟି ମାମଲା ସକ୍ରିୟ ରହିଛି । ୨୨୦ ଜଣ ସୁସ୍ଥ ହୋଇଥିବା ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ।

Leave a Reply