ମହାମାରୀ କରୋନା ନେଲା ଆଉ ୨୨ ଜୀବନ, ମୃତ୍ୟୁସଂଖ୍ୟା ୨୩୫୭କୁ ବୃଦ୍ଧି
1 min readଭୁବନେଶ୍ୱର: ମହାମାରୀ ମୃତ୍ୟୁରେ ଲାଗୁନି ବ୍ରେକ୍ । ରାଜ୍ୟରେ ଦୈନିକ ସଂକ୍ରମଣ ୧୦ ହଜାରରୁ ୧୨ ହଜାର ଭିତରେ ରହୁଥିବା ବେଳେ ଲଗାତାର ଦ୍ୱିତୀୟ ଦିନରେ ଆଖି ବୁଜିଛନ୍ତି ଆଉ ୨୨ ଜଣ ଆକ୍ରାନ୍ତ । ଏଥିସହ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୨ ହଜାର ୩୫୭କୁ ବୃଦ୍ଧି ପାଇଛି ।
Regret to inform the demise of twenty two numbers of Covid positive patients while under treatment in hospitals.
1.A 93 years old male of Bhubaneswar who was also suffering from Diabetes Mellitus, Hypertension & Coronary Artery Disease.
— H & FW Dept Odisha (@HFWOdisha) May 18, 2021
ବଲାଙ୍ଗିରରୁ ଜଣେ, ବୌଦ୍ଧରୁ ୩ ଜଣ, ଗଜପତିରୁ ୨ ଜଣ, କଳାହାଣ୍ଡିରୁ ୩ ଜଣ, ଖୋର୍ଦ୍ଧାରୁ ୩ ଜଣ, କୋରାପୁଟରୁ ୨ ଜଣ, ନୂଆପଡ଼ାରୁ ୩ ଜଣ, ରାୟଗଡ଼ାରୁ ୨ ଜଣ ଓ ସୁନ୍ଦରଗଡ଼ରୁ ୩ ଜଣଙ୍କ ମୃତ୍ୟୁ ହୋଇଛି । ୩ ମୃତ୍ୟୁ ସହ ଖୋର୍ଦ୍ଧା ଜିଲ୍ଲାରେ ମୋଟ ମୃତ୍ୟୁସଂଖ୍ୟା ୪୧୪କୁ ବୃଦ୍ଧି ପାଇଛି । ଜିଲ୍ଲାରେ ଏବେ ୧୫ ହଜାର ୪୯୬ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି ।
4.A 45 years old female of Bolangir district who was also suffering from Diabetes Mellitus & Bronchial Asthma.
5.A 44 years old female of Boudh district.
6.A 56 years old male of Boudh district.
7.A 90 years old male of Boudh district.
— H & FW Dept Odisha (@HFWOdisha) May 18, 2021
ସେହିଭଳି ସୁନ୍ଦରଗଡ଼ ଜିଲ୍ଲାରେ ମୋଟ ମୃତ୍ୟୁସଂଖ୍ୟା ୨୨୯କୁ ବୃଦ୍ଧି ପାଇଛି । ଜିଲ୍ଲାରେ ଏବେ ୮ ହଜାର ୮୯୪ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି । କଳାହାଣ୍ଡି ଜିଲ୍ଲାରେ ୩ ମୃତ୍ୟୁସହ ମୋଟ ମୃତ୍ୟୁସଂଖ୍ୟା ୬୯କୁ ବୃଦ୍ଧି ପାଇଥିବା ବେଳେ ଏବେ ଜିଲ୍ଲାରେ ୩ ହଜାର ୩୫୮ ଆକ୍ରାନ୍ତ ଅଛନ୍ତି । ସେହିଭଳି ବୌଦ୍ଧି ଜିଲ୍ଲାରେ ମୋଟ ମୃତ୍ୟୁସଂଖ୍ୟା ୨୭କୁ ବୃଦ୍ଧି ପାଇଥିବା ବେଳେ ଜିଲ୍ଲାରେ ୨ ହଜାର ୩୫୯ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି ।