ରାଜ୍ୟରେ ଆଉ ୧୮୬ ଆକ୍ରାନ୍ତ ଚିହ୍ନଟ… ରାଜ୍ୟରେ ମୋଟ ୩ ହଜାର ୯୦୯ ସଂକ୍ରମିତ

186 test positive for covid 19 in odisha

ଭୁବନେଶ୍ୱର: ଦେଶ ସହ ତାଳ ମେଳାଇ ରାଜ୍ୟରେ କରୋନା ଗ୍ରାଫ୍ ଉପର ମୁହାଁ । ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଗତ କାଲି ଦୁଇ ଶହ ଟପିଥିଲା ସଂକ୍ରମିତଙ୍କ ସଂଖ୍ୟା । ତେବେ ୨୪ ଘଣ୍ଟାରେ ୧୮୬ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାସହ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୯୦୯ରେ ପହଞ୍ଚିଛି । ୧୮୬ ଜଣ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୧୭୧ ଜଣ ଚିହ୍ନଟ ହୋଇଥିବା ବେଳେ ୧୫ ଜଣ ସ୍ଥାନୀୟ ସଂକ୍ରମିତ ହୋଇଛନ୍ତି ।

୨୪ ଘଣ୍ଟାରେ ସର୍ବାଧିକ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରେ ୨୧ଜଣ ଚିହ୍ନଟ ହେବା ସହ ଝାରସୁଗୁଡାରୁ ୨, କେନ୍ଦୁଝରରୁ ୧୧, ଯାଜପୁର ୧୨, ମାଲକାନଗିରିରୁ ୧,  କଟକରୁ ୧୨, ଜଗତସିଂହପୁରରୁ ୧୧, ଅନୁଗୁଳରୁ ୧, ଝେଙ୍କନାଳରୁ ୨, ଭଦ୍ରକରୁ ୧, ଗଜପତିରୁ ୧୫, ବରଗଡରୁ ୧୬ କଳାହାଣ୍ଡିରୁ ୧୬, କନ୍ଧମାଳରୁ ୨୨, ଗଞ୍ଜାମରୁ ୪, ପୁରୀରୁ ୨, ସୁନ୍ଦରଗଡରୁ ୩, ବଲାଙ୍ଗିରରୁ ୨, ମୟୁରଭଞ୍ଜରୁ ୧୩, କେନ୍ଦ୍ରପଡାରୁ ୧ ଚିହ୍ନଟ ହୋଇଛନ୍ତି ।

ଏହାସହ ଆଜି ଗଞ୍ଜାମର ଜଣେ ୫୦ ବର୍ଷିୟ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ଫଳରେ ୧୧ ରେ ପହଞ୍ଚିଛି କରୋନା ମୃତ୍ୟୁ ସଂଖ୍ୟା । ରାଜ୍ୟରେ ଏବେ ମୋଟ କରୋନା ସଂକ୍ରମଣ ସଂଖ୍ୟା ୩୯୦୯ରେ ପହଞ୍ଚିଛି । ସେଥି ମଧ୍ୟରୁ ୨୫୯୪ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି । ଏବେ ରାଜ୍ୟରେ ୧୩୦୧ ଜଣ ସକ୍ରିୟ ରହିଥିବା ବେଳେ ୧୧ ଜଣଙ୍କର ମୃତ୍ୟୁ ହୋଇଛି ।

 

 

Leave a Reply