୨୪ ଘଣ୍ଟାରେ ଆଉ ୧୪ ଜୀବନ ନେଲା ମହାମାରୀ, ମୃତ୍ୟୁସଂଖ୍ୟା ୨୦୪୩କୁ ବୃଦ୍ଧି
2 min readଭୁବନେଶ୍ୱର: ରାଜ୍ୟରେ ଟେଷ୍ଟିଂ ବଢ଼ିବା ସହ ବୃଦ୍ଧି ପାଉଛି ସଂକ୍ରମିତଙ୍କ ସଂଖ୍ୟା । ବିଗତ ୨୪ ଘଣ୍ଟାରେ ରାଜ୍ୟରୁ ୮ ହଜାର ୬୮୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କରୋନାରେ ଆଉ ୧୪ ଜଣଙ୍କ ମୃତ୍ୟୁ ହୋଇଛି । ଏଥିସହ ରାଜ୍ୟରେ ମୋଟ କୋଭିଡ୍ ମୃତ୍ୟୁ ସଂଖ୍ୟା ୨ ହଜାର ୪୩କୁ ବୃଦ୍ଧି ପାଇଛି ।
Regret to inform the demise of fourteen numbers of Covid positive patients while under treatment in hospitals.
1.A 74 years old female of Bhubaneswar who was also suffering from Diabetes Mellitus, Hypertension & Chronic Obstructive Pulmonary Disease.
— H & FW Dept Odisha (@HFWOdisha) April 30, 2021
ଗଞ୍ଜାମରୁ ଜଣେ, କଳାହାଣ୍ଡିରୁ ଜଣେ, ଖୋର୍ଦ୍ଧାରୁ ୨ ଜଣ, କୋରାପୁଟରୁ ୩ ଜଣ, ନବରଙ୍ଗପୁରରୁ ଜଣେ, ରାୟଗଡ଼ାରୁ ୨ ଜଣ, ସମ୍ବଲପୁରରୁ ଜଣେ, ସୁନ୍ଦରଗଡ଼ରୁ ୩ ଜଣ କୋଭିଡ୍ ଆକ୍ରାନ୍ତ ଆଖି ବୁଜିଛନ୍ତି ।
4.A 60 years old male of Kalahandi district who was also suffering from Diabetes Mellitus.
5.A 52 years old male of Koraput district.
6.A 60 years old female of Koraput district who was also suffering from Hypertension with Chronic Kidney Disease.
— H & FW Dept Odisha (@HFWOdisha) April 30, 2021
ଏଯାବତ୍ ରାଜ୍ୟରେ ୪ ଲକ୍ଷ ୪୪ ହଜାର ୧୯୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୩ ଲକ୍ଷ ୮୦ ହଜାର ୪୦୦ ଜଣ କରୋନାକୁ ମାତ୍ ଦେଇ ସୁସ୍ଥ ହୋଇଛନ୍ତି । ଏବେ ରାଜ୍ୟରେ ୬୧ ହଜାର ୬୯୮ଟି ସକ୍ରିୟ ସଂକ୍ରମଣ ମାମଲା ରହିଛି ।
11. A 30 years old male of Sambalpur district.
12. A 60 years old male of Sundargarh district.
13. A 16 years old female of Sundargarh district.
14. A 65 years old male of Sundargarh district.
— H & FW Dept Odisha (@HFWOdisha) April 30, 2021
ଅନ୍ୟପଟେ ଗତ ୧୧ ଦିନ ମଧ୍ୟରେ ୭୧ ହଜାର ୪୯୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୯ ତାରିଖରେ ୪ ହଜାର ୭୬୧ଟି ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୦ ତାରିଖରେ ୪ ହଜାର ୮୫୧ ଜଣ, ୨୧ରେ ୬ ହଜାର ୧୬୪ ଜଣ, ୨୨ରେ ୬ ହଜାର ୨୧୫ ଜଣ, ୨୩ରେ ୬, ୬୪୭ ଜଣ, ୨୪ରେ ୬ ହଜାର ୧୧୬, ୨୫ରେ ୬ ହଜାର ୫୯୯ ଜଣ, ୨୬ରେ ୬ ହଜାର ୭୩ ଜଣ, ୨୭ରେ ୮ ହଜାର ୩୮୬ ଜଣ, ୨୮ରେ ୬ ହଜାର ୯୯୮ ଜଣ ଏବଂ ୨୯ ତାରିଖରେ ୮ ହଜାର ୬୮୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।