ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ସାଢ଼େ ୪ ଲକ୍ଷ ପାର୍, ମୃତ୍ୟୁସଂଖ୍ୟା ୨୦୫୪କୁ ବୃଦ୍ଧି

2 min read
More 11 Covid Patients Died In Odisha

ଭୁବନେଶ୍ୱର: ଓଡ଼ିଶାରେ କୋଭିଡ୍ ସଂକ୍ରମଣର ଦୈନିକ ମାମଲା ୧୦ ହଜାର ଟପିଛି । ଏଥିସହ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ସାଢ଼େ ୪ ଲକ୍ଷ ପାର୍ କରିଛି । ବିଗତ ୨୪ ଘଣ୍ଟାରେ ଚିହ୍ନଟ ୧୦ ହଜାର ୪୧୩ ମାମଲାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪ ଲକ୍ଷ ୫୪ ହଜାର ୬୦୭କୁ ବୃଦ୍ଧି ପାଇଛି । ଅନ୍ୟପଟେ ଗତ ୨୪ ଘଣ୍ଟାରେ କରୋନାରେ ଆଖି ବୁଜିଛନ୍ତି ଆଉ ୧୧ ଜଣ । ଏଥିସହ ରାଜ୍ୟରେ ମୋଟ କୋଭିଡ୍ ମୃତ୍ୟୁ ୨ ହଜାର ୫୪କୁ ବୃଦ୍ଧି ପାଇଛି ।

ଏଥିସହ ପଢ଼ନ୍ତୁ- ସଂକ୍ରମଣରେ ରେକର୍ଡ; ଦିନକରେ ରାଜ୍ୟରୁ ଚିହ୍ନଟ ହେଲେ ୧୦ ହଜାର ୪୧୩ ସଂକ୍ରମିତ, ଖୋର୍ଦ୍ଧାରୁ ସର୍ବାଧିକ

ବୌଦ୍ଧରୁ ଜଣେ, କଳାହାଣ୍ଡିରୁ ଜଣେ, ଖୋର୍ଦ୍ଧାରୁ ୪ ଜଣ, କୋରାପୁଟରୁ ଜଣେ, ପୁରୀରୁ ଜଣେ, ରାୟଗଡ଼ାରୁ ଜଣେ, ସୁନ୍ଦରଗଡ଼ରୁ ୨ ଜଣଙ୍କର ମୃତ୍ୟୁ ହୋଇଛି । ସଂକ୍ରମଣ ଭଳି ମୃତ୍ୟୁରେ ଖୋର୍ଦ୍ଧା ଓ ସୁନ୍ଦରଗଡ଼ ଜିଲ୍ଲା ଆଗରେ ରହିଛି । ୪ ମୃତ୍ୟୁକୁ ମିଶାଇ ଖୋର୍ଦ୍ଧା ଜିଲ୍ଲାରେ ମୋଟ କୋଭିଡ୍ ମୃତ୍ୟୁ ୩୬୨କୁ ବୃଦ୍ଧି ପାଇଥିବା ବେଳେ ଜିଲ୍ଲାରେ ଏବେ ୧୨ ହଜାର ୧୧୨ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି ।

ସୁନ୍ଦରଗଡ଼ ଜିଲ୍ଲାରେ ୨ ମୃତ୍ୟୁକୁ ମିଶାଇ ମୋଟ ମୃତ୍ୟୁସଂଖ୍ୟା ୧୯୨ରେ ପହଞ୍ଚିଛି । ଏବେ ଜିଲ୍ଲାରେ ୬ ହଜାର ୭୩୭ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ପୁରୀରେ ମୋଟ କୋଭିଡ୍ ମୃତ୍ୟୁ ୧୨୬କୁ ବୃଦ୍ଧି ପାଇଥିବା ବେଳେ ରାୟଗଡ଼ାରେ କରୋନା ଏଯାବତ୍ ୬୦ ଜଣଙ୍କ ଜୀବନ ନେଇଛି । କୋରାପୁଟରେ ମହାମାରୀରେ ୨୦ ଜଣ ମଲେଣି ।

ସେହିଭଳି କଳାହାଣ୍ଡି ଜିଲ୍ଲାରେ ଗୋଟିଏ ମୃତ୍ୟୁକୁ ମିଶାଇ ମୋଟ କୋଭିଡ୍ ମୃତ୍ୟୁସଂଖ୍ୟା ୪୧କୁ ବୃଦ୍ଧି ପାଇଥିବା ବେଳେ ଜିଲ୍ଲାରେ ଏବେ ୩ ହଜାର ୬୦୨ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି । ବୌଦ୍ଧରେ ମୋଟ କୋଭିଡ୍ ମୃତ୍ୟୁ ୧୪ରେ ପହଞ୍ଚିଥିବା ବେଳେ ଜିଲ୍ଲାରେ ଏବେ ୬୦୪ ଜଣ ସକ୍ରିୟ କରୋନା ଆକ୍ରାନ୍ତ ଅଛନ୍ତି ।

Leave a Reply