ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ସାଢ଼େ ୪ ଲକ୍ଷ ପାର୍, ମୃତ୍ୟୁସଂଖ୍ୟା ୨୦୫୪କୁ ବୃଦ୍ଧି
2 min readଭୁବନେଶ୍ୱର: ଓଡ଼ିଶାରେ କୋଭିଡ୍ ସଂକ୍ରମଣର ଦୈନିକ ମାମଲା ୧୦ ହଜାର ଟପିଛି । ଏଥିସହ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ସାଢ଼େ ୪ ଲକ୍ଷ ପାର୍ କରିଛି । ବିଗତ ୨୪ ଘଣ୍ଟାରେ ଚିହ୍ନଟ ୧୦ ହଜାର ୪୧୩ ମାମଲାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪ ଲକ୍ଷ ୫୪ ହଜାର ୬୦୭କୁ ବୃଦ୍ଧି ପାଇଛି । ଅନ୍ୟପଟେ ଗତ ୨୪ ଘଣ୍ଟାରେ କରୋନାରେ ଆଖି ବୁଜିଛନ୍ତି ଆଉ ୧୧ ଜଣ । ଏଥିସହ ରାଜ୍ୟରେ ମୋଟ କୋଭିଡ୍ ମୃତ୍ୟୁ ୨ ହଜାର ୫୪କୁ ବୃଦ୍ଧି ପାଇଛି ।
Regret to inform the demise of eleven numbers of Covid positive patients while under treatment in hospitals.
1.A 79 years old male of Bhubaneswar who was also suffering from Neuroendocrine tumour of Stomach with epigastric nodes.
— H & FW Dept Odisha (@HFWOdisha) May 1, 2021
ଏଥିସହ ପଢ଼ନ୍ତୁ- ସଂକ୍ରମଣରେ ରେକର୍ଡ; ଦିନକରେ ରାଜ୍ୟରୁ ଚିହ୍ନଟ ହେଲେ ୧୦ ହଜାର ୪୧୩ ସଂକ୍ରମିତ, ଖୋର୍ଦ୍ଧାରୁ ସର୍ବାଧିକ
ବୌଦ୍ଧରୁ ଜଣେ, କଳାହାଣ୍ଡିରୁ ଜଣେ, ଖୋର୍ଦ୍ଧାରୁ ୪ ଜଣ, କୋରାପୁଟରୁ ଜଣେ, ପୁରୀରୁ ଜଣେ, ରାୟଗଡ଼ାରୁ ଜଣେ, ସୁନ୍ଦରଗଡ଼ରୁ ୨ ଜଣଙ୍କର ମୃତ୍ୟୁ ହୋଇଛି । ସଂକ୍ରମଣ ଭଳି ମୃତ୍ୟୁରେ ଖୋର୍ଦ୍ଧା ଓ ସୁନ୍ଦରଗଡ଼ ଜିଲ୍ଲା ଆଗରେ ରହିଛି । ୪ ମୃତ୍ୟୁକୁ ମିଶାଇ ଖୋର୍ଦ୍ଧା ଜିଲ୍ଲାରେ ମୋଟ କୋଭିଡ୍ ମୃତ୍ୟୁ ୩୬୨କୁ ବୃଦ୍ଧି ପାଇଥିବା ବେଳେ ଜିଲ୍ଲାରେ ଏବେ ୧୨ ହଜାର ୧୧୨ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି ।
5.A 75 years old female of Boudh district who was also suffering from Chronic Kidney Disease.
6.A 36 years old male of Kalahandi district.
7.A 60 years old female of Koraput district.
8.A 30 years old male of Puri district who was also suffering from Diabetes Mellitus.
— H & FW Dept Odisha (@HFWOdisha) May 1, 2021
ସୁନ୍ଦରଗଡ଼ ଜିଲ୍ଲାରେ ୨ ମୃତ୍ୟୁକୁ ମିଶାଇ ମୋଟ ମୃତ୍ୟୁସଂଖ୍ୟା ୧୯୨ରେ ପହଞ୍ଚିଛି । ଏବେ ଜିଲ୍ଲାରେ ୬ ହଜାର ୭୩୭ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ପୁରୀରେ ମୋଟ କୋଭିଡ୍ ମୃତ୍ୟୁ ୧୨୬କୁ ବୃଦ୍ଧି ପାଇଥିବା ବେଳେ ରାୟଗଡ଼ାରେ କରୋନା ଏଯାବତ୍ ୬୦ ଜଣଙ୍କ ଜୀବନ ନେଇଛି । କୋରାପୁଟରେ ମହାମାରୀରେ ୨୦ ଜଣ ମଲେଣି ।
9.A 82 years old male of Rayagada district who was also suffering from Diabetes Mellitus & Hypertension.
10.A 52 years old female of Sundargarh district.
11.A 62 years old male of Sundargarh district.
— H & FW Dept Odisha (@HFWOdisha) May 1, 2021
ସେହିଭଳି କଳାହାଣ୍ଡି ଜିଲ୍ଲାରେ ଗୋଟିଏ ମୃତ୍ୟୁକୁ ମିଶାଇ ମୋଟ କୋଭିଡ୍ ମୃତ୍ୟୁସଂଖ୍ୟା ୪୧କୁ ବୃଦ୍ଧି ପାଇଥିବା ବେଳେ ଜିଲ୍ଲାରେ ଏବେ ୩ ହଜାର ୬୦୨ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି । ବୌଦ୍ଧରେ ମୋଟ କୋଭିଡ୍ ମୃତ୍ୟୁ ୧୪ରେ ପହଞ୍ଚିଥିବା ବେଳେ ଜିଲ୍ଲାରେ ଏବେ ୬୦୪ ଜଣ ସକ୍ରିୟ କରୋନା ଆକ୍ରାନ୍ତ ଅଛନ୍ତି ।