କରୋନା ନେଲା ଆଉ ୧୦ ଜଣଙ୍କ ଜୀବନ, ମୃତ୍ୟୁସଂଖ୍ୟା ୨ ହଜାର ପାର୍
1 min readଭୁବନେଶ୍ୱର: ରାଜ୍ୟରେ ଦୈନିକ ସଂକ୍ରମଣ ୬ ହଜାର ରହୁଥିବା ବେଳେ ଗତ ୨୪ ଘଣ୍ଟାରେ ଆଉ ୧୦ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଅନ୍ୟ ରାଜ୍ୟ ଅପେକ୍ଷା ଓଡ଼ିଶାରେ ମୃତ୍ୟୁହାର କମ୍ ରହିଛି । ୧୦ ମୃତ୍ୟୁକୁ ମିଶାଇ ରାଜ୍ୟରେ ମୋଟ କରୋନା ମୃତ୍ୟୁସଂଖ୍ୟା ୨ ହଜାର ୭ରେ ପହଞ୍ଚିଛି । ବୌଦ୍ଧରୁ ଜଣେ, ଖୋର୍ଦ୍ଧାରୁ ୪ ଜଣ, ରାୟଗଡ଼ାରୁ ୨ ଜଣ, ସୁନ୍ଦରଗଡ଼ରୁ ୩ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।
Regret to inform the demise of ten numbers of Covid positive patients while under treatment in hospitals.
1.A 37years old male of Bhubaneswar.
2.A 60 years old male of Bhubaneswar who was also suffering from Diabetes Mellitus & Hypothyroid.
— H & FW Dept Odisha (@HFWOdisha) April 27, 2021
ସଂକ୍ରମଣ ଭଳି କୋଭିଡ୍ ମୃତ୍ୟୁରେ ଖୋର୍ଦ୍ଧା ଜିଲ୍ଲା ଶୀର୍ଷରେ ରହିଛି । ୪ ମୃତ୍ୟୁ ସହ ଜିଲ୍ଲାର ମୋଟ କୋଭିଡ୍ ମୃତ୍ୟୁ ୩୫୧କୁ ବୃଦ୍ଧି ପାଇଛି । ଜିଲ୍ଲାରେ ଏବେ ୮ ହଜାର ୯୭୩ଟି ସକ୍ରିୟ ମାମଲା ରହିଛି । ସେହିଭଳି ସୁନ୍ଦରଗଡ଼ ଜିଲ୍ଲାରେ ୩ ମୃତ୍ୟୁକୁ ମିଶାଇ ମୋଟ କୋଭିଡ୍ ମୃତ୍ୟୁ ସଂଖ୍ୟା ୧୮୫କୁ ବୃଦ୍ଧି ପାଇଛି । ଜିଲ୍ଲାରେ ଏବେ ୫ ହଜାର ୭୩୫ ଜଣ କରୋନା ଆକ୍ରାନ୍ତ ରହିଛନ୍ତି ।
6.A 71 years old male of Rayagada district who was also suffering from Diabetes Mellitus & Hypertension.
7.A 40 years old male of Rayagada district.
8.A 76 years old male of Sundargarh district who was also suffering from Diabetes Mellitus, Hypertension & Hypothyroid.
— H & FW Dept Odisha (@HFWOdisha) April 27, 2021
ରାୟଗଡ଼ା ଜିଲ୍ଲାରେ ଗତ ୨୪ ଘଣ୍ଟାରେ ୨ କୋଭିଡ୍ ଆକ୍ରାନ୍ତଙ୍କ ମୃତ୍ୟୁକୁ ମିଶାଇ ଜିଲ୍ଲାରେ ମୃତ୍ୟୁସଂଖ୍ୟା ୫୨କୁ ବୃଦ୍ଧି ପାଇଛି । ଏବେ ଜିଲ୍ଲାରେ ୭୫୨ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ବୌଦ୍ଧ ଜିଲ୍ଲାରେ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏଥିସହ ଜିଲ୍ଲାରେ କୋଭିଡ୍ ମୃତ୍ୟୁସଂଖ୍ୟା ୧୨କୁ ବୃଦ୍ଧି ପାଇଛି । ଜିଲ୍ଲାରେ ଏବେ ୩୪୯ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି ।