spot_img

Latest Posts

ମୋରବୀ ବ୍ରିଜ ଦୁର୍ଘଟଣା: ଆତ୍ମସମର୍ପଣ କଲେ ଓରେଭା ଗ୍ରୁପର ପରିଚାଳନା ନିର୍ଦ୍ଦେଶକ

ମୋରବୀ: ଗୁଜୁରାଟର ମୋରବୀ ବ୍ରିଜ ଦୁର୍ଘଟଣା ମାମଲାରେ ଓରେଭା ଗ୍ରୁପର ପରିଚାଳନା ନିର୍ଦ୍ଦେଶକ ଜୟସୁଖ ପଟେଲ ଆଜି କୋର୍ଟରେ ଆତ୍ମସମର୍ପଣ କରିଛନ୍ତି। ଏହି ଦୁର୍ଘଟଣାରେ ୧୩୫ ଜଣ ପ୍ରାଣ ହରାଇଥିଲେ।

ସୂଚନା ଅନୁସାରେ, ଜାନୁଆରୀ ୨୭ ରେ ପୋଲିସ ଦାଖଲ କରିଥିବା ଚାର୍ଜସିଟରେ ପଟେଲଙ୍କୁ ଅଭିଯୁକ୍ତ ଭାବେ ନାମିତ କରାଯାଇଥିଲା। ତାଙ୍କ ବିରୋଧରେ ଗିରଫ ୱାରେଣ୍ଟ ଜାରି କରିଥିଲେ ମୁଖ୍ୟ ଜୁଡିସିଆଲ ମାଜିଷ୍ଟ୍ରେଟ । ଏହା ପରେ ଆଜି କୋର୍ଟରେ ସେ ଆତ୍ମସମର୍ପଣ କରିଛନ୍ତି।

ଓରେଭା ଗ୍ରୁପ ମୋରବୀ ପୋଲ ମରାମତି ଏବଂ ରକ୍ଷଣାବେକ୍ଷଣା ଦାୟିତ୍ବରେ ଥିଲା । ମରାମତି ହେବା ପରେ ଏହା ଅକ୍ଟୋବର ୩୦ରେ ସାଧାରଣ ଲୋକଙ୍କ ପାଇଁ ଖୋଲିଥିଲା ।

ସରକାରଙ୍କ ଦ୍ୱାରା ନିଯୁକ୍ତ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳର କହିବା ଅନୁସାରେ, ଓରେଭା ଗ୍ରୁପ୍ ଦ୍ୱାରା ପୋଲ ମରାମତି ଏବଂ ରକ୍ଷଣାବେକ୍ଷଣ କାର୍ଯ୍ୟରେ ଅନେକ ତ୍ରୁଟି ଥିଲା । ଯେଉଁ ବ୍ରିଜରେ ଏକ ସମୟରେ ଅଧିକ ଲୋକଙ୍କୁ ପ୍ରବେଶ ଅନୁମତି ନଥିଲା ସେହି ବ୍ରିଜରେ ଅଧିକ ଲୋକଙ୍କୁ ଯିବାକୁ ଅନୁମତି ଦିଆଯାଇଥିଲା । ଟିକେଟକୁ ଅଧିକ ଦରରେ ବିକ୍ରି କରାଯାଇଥିଲା । ବ୍ରିଜକୁ ଚଢ଼ିବାକୁ  ପ୍ରତିବନ୍ଧକ ନଥିଲା ।

Latest Posts

Don't Miss