‘ଦ କାଶ୍ମୀର ଫାଇଲ୍ସ’ ଉପରେ ପ୍ରତିବନ୍ଧକ ନ ଲଗାଇଲେ ‘ଗୁଜରାଟ ଫାଇଲ୍ସ ଓ ଭାଗଲପୁର ଫାଇଲ୍ସ ତିଆରି ହେବ’

Moradabad MP ST Hasan Demands Ban On The Kashmir Files Film

ମୁରାଦାବାଦ: ‘ଦ କାଶ୍ମୀଲ ଫାଇଲ୍ସ’କୁ ନେଇ ବିବାଦ ଥମୁନି । ଫିଲ୍ମ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରିଛନ୍ତି ମୁରାଦାବାଦରୁ ସମାଜବାଦୀ ପାର୍ଟିର ସାଂସଦ ଥିବା ଡକ୍ଟର ଏସଟି ହସନ । ସେ କହିଛନ୍ତି, ଫିଲ୍ମଟି ୨ଟି ସମୁଦାୟ ମଧ୍ୟରେ ଭେଦଭାବ ସୃଷ୍ଟି କରୁଛି । ଯେଉଁଥିପାଇଁ ଦେଶର ସ୍ଥିତି ବିଗିଡ଼ିପାରେ । ସେ ଆହୁରି ମଧ୍ୟ କହିଛନ୍ତି ଫିଲ୍ମରେ ପ୍ରକୃତ ସତ ଦେଖାଯାଇ ନାହିଁ । ପ୍ରେକ୍ଷାଳୟରେ ଫିଲ୍ମକୁ ନେଇ ଝଗଡ଼ା ଆରମ୍ଭ ହେଲାଣି । ଫିଲ୍ମ ଉପରେ ପ୍ରତିବନ୍ଧକ ଲଗାଯିବା ଉଚିତ୍ ।

ସମାଜବାଦୀ ପାର୍ଟିର ସାଂସଦ କହିଛନ୍ତି, ଯଦି ‘ଦ କାଶ୍ମୀଲ ଫାଇଲ୍ସ’ ଉପରେ ପ୍ରତିବନ୍ଧକ ନ ଲଗାଯାଏ ତ ଦେଶରେ ହୋଇଥିବା ସମସ୍ତ ଦଙ୍ଗା ଉପରେ ଫିଲ୍ମ ତିଆରି ହେବ । ଗୁଜରାଟ ଫାଇଲ୍ସ, ମୁରାଦାବାଦ ଫାଇଲ୍ସ, ଭାଗଲପୁର ଫାଇଲ୍ସ ଭଳି ଫିଲ୍ମ ତିଆରି ହେବାକୁ ଲାଗିବ, ସେ ଗୁଡ଼ିକୁ ଅନୁମତି ଦେବାକୁ ପଡ଼ିବ ।

Moradabad MP ST Hasan Demands Ban On The Kashmir Files Film

ସପା ସାଂସଦ କହିଛନ୍ତି, ଆମ ହୃଦୟ ରେ ବି କାଶ୍ମୀର ପଣ୍ଡିତଙ୍କ ଯନ୍ତ୍ରଣା ଅଛି । ନିଜ ଦେଶରେ ସେମାନେ ଶରଣାର୍ଥୀ ହୋଇ ଯାଇଛନ୍ତି । କିନ୍ତୁ ଏସବୁକୁ ମୁଖ୍ୟ ପ୍ରସଙ୍ଗ କରିବା ଅର୍ଥ ହିଂସାଭାବକୁ ପ୍ରୋତ୍ସାହନ ଦେବା ସହ ସମାନ । ଏବେ ଏହି ଫିଲ୍ମକୁ ଅନୁମତି ଦିଆଯାଇଛି । କାଲି ଆଉ କିଏ ମୁରାଦାବାଦ ଉପରେ ବି ଫିଲ୍ମ ତିଆରି କରିବ । ଗୁଜରାଟ, ଅହମଦାବାଦ, ଭାଗଲପୁର ଉପରେ ଚଳଚ୍ଚିତ୍ର ହୋଇପାରେ ।

ସେ ପ୍ରଶ୍ନ କରିଛନ୍ତି, ଫିଲ୍ମକୁ ନେଇ ଯଦି ହିଂସା ହୁଏ ତେବେ ଭାରତ କେଉଁଆଡ଼େ ଯିବ ? ଆମ ବିଶ୍ୱାସ ଭରସା ତୁଟିଯିବ । ସରକାର ଯଥାଶୀଘ୍ର ସମ୍ଭବ କାଶ୍ମୀର ପଣ୍ଡିତଙ୍କୁ ତାଙ୍କ ଘର ଫେରାଇ ଦିଅନ୍ତୁ । କାଶ୍ମୀର ପଣ୍ଡିତଙ୍କୁ ସମ୍ମାନ ସହ ସୁରକ୍ଷା ଦେଇ ନିର୍ମିତ ଏଭଳି ସମସ୍ତ ଫିଲ୍ମ ଉପରେ ପ୍ରତିବନ୍ଧକ ଲଗାଇବାକୁ ସେ ଦାବି କରିଛନ୍ତି ।