ନନ୍ଦିଘୋଷ ବ୍ୟୁରୋ : ମୁରାଦାବାଦ ଅଞ୍ଚଳରେ ଅଗ୍ନିକାଣ୍ଡ ଘଟିଥିଲା । ଯାହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏବେ ଏକ ବାହାଘରରେ ଆତସବାଜି ହେଉଥିବାର ଭିଡିଓ ସାମ୍ନାକୁ ଆସିଛି, ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଆଉ ସେହି ଆତସବାଜିରୁ ନିଆଁ ଝୁଲ ପଡି ପରୀ ହୋଟେଲ ଓ ରେଷ୍ଟୁରାଷ୍ଟରେ ନିଆଁ ଲାଗିଥାଇପାରେ ବୋଲି ଅନୁମାନ କରାଯାଉଛି ।
ରବିବାର ପ୍ରାୟ ରାତି ୧୦ଟା ୩୦ ମିନଟରେ ନିଆଁ ଲାଗି ହୋଟେଲର ତିନି ମହଲା ପୁରା ପୋଡି ପାଉଁଶ ହୋଇଯାଇଥିଲା । ଦମକାଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଏହି ଅଗ୍ନିକାଣ୍ଡରେ ଜଣେ ମହିଳାଙ୍କ ମୃତ୍ୟୂ ହୋଇଥିବା ବେଳେ ୬ ଜଣ ଗୁରୁତର ଭାବେ ଆହତ ହୋଇଥିଲେ ।
ହୋଟେଲ ନିକଟରେ ହେଉଥିବା ବହାଘରର ଆତସବାଜିରୁ ନିଆଁ ଝୁଲା ପଡି ନିଆଁଲାଗିଥିବା ପୀଡିତଙ୍କ ପକ୍ଷରୁ ଅଭିଯୋଗ ହୋଇଛି । ଭିଡିଓରେ ଆତସବାଜିରୁ ବାହାରୁ ଥିବା ଧୂଆଁ ଓ ନିଆଁ ଝୁଲା ଉଡୁଥିବାର ସ୍ପଷ୍ଟ ଦେଖାଯାଉଛି । ପ୍ରାଥମିକ ତଦନ୍ତରୁ ଦମକଳ ବିଭାଗ ପକ୍ଷରୁ ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥିବା କୁହାଯାଇଛି । କିନ୍ତୁ ଭିଡିଓ ଭାଇରାଲ ହେବା ପରେ ଆତସବାଜିକୁ ନେଇ ହୋଇଥିବା ଚର୍ଚ୍ଚାକ ଗମ୍ଭୀରତାର ସହ ନେଇଛି ପ୍ରଶାସନ । ପ୍ରଶାସନ ତଦନ୍ତ କରିବା ପରେ ହିଁ କେଉଁ କାରଣରୁ ନିଆ ଲାଗିଛି ତାହା ଜଣାପଡିବ ।
ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଏହା ସହ ସେମାନେ ୧୭ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି । ସେମାନଙ୍କ ମଧ୍ୟରେ ମହିଳା ଓ ଛୁଆ ମଧ୍ୟ ଅଛନ୍ତି । ଦୁଇଟି ଅଲଗା ଅଲଗା ଭିଡିଓ ଭାଇରାଲ ହେବାରେ ଲାଗିଛି । ଗୋଟିକରେ ଆତସବାଜି ହେବାର ଦେଖିବାକୁ ମିଳୁଥିବା ବେଳେ ଅନ୍ୟଟି ନିଆଁ ଲାଗିବା ପରର । ଲୋକମାନେ ଦୁଇଟି ଯାକ ଘଟଣାକୁ ଯୋଡି ପଚାରୁଛନ୍ତି, କାହା ଜୀବନରୁ ବିବାହର ଚମକ ଲିଭିଯାଇଛି କି ?

