ପୁଣି ୧ରେ ନବୀନ, ଲୋକପ୍ରିୟତାର ଶୀର୍ଷରେ ମୁଖ୍ୟମନ୍ତ୍ରୀ

1 min read

ନନ୍ଦିଘୋଷ ବ୍ୟୁରୋ: ପୁଣି ନମ୍ବର ୱାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିଜ ରାଜ୍ୟରେ ନବୀନ ପଟ୍ଟନାୟକ ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ । ସର୍ବାଧିକ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଇଣ୍ଡିଆ ଟୁଡେ ମୁଡ୍ ଅଫ ନେସନ ପୋଲ୍ ସର୍ଭରେ ଏଭଳି ତଥ୍ୟ ପ୍ରକାଶ ପାଇଛି । ନବୀନ ପଟ୍ଟନାୟକ ୭୮ ପ୍ରତିଶତ ସହ ସର୍ବୋଚ୍ଚ ସ୍ଥାନରେ ରହିଛନ୍ତି । ଏହି ତାଲିକାରେ ୬୩ ପ୍ରତିଶତ ସହ ଦ୍ୱିତୀୟ ସ୍ଥାନରେ ଅଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତବିଶ୍ୱ ଶର୍ମା । ୬୧ ପ୍ରତିଶତ ସହ ତୃତୀୟ ସ୍ଥାନରେ ଅଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନ । ଦେଶରେ ସବୁଠାରୁ ଲୋକପ୍ରିୟ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

୫୩ ପ୍ରତିଶତ ଲୋକ ମତ ଦେଇଛନ୍ତି ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପାଇଁ ଯୋଗ୍ୟ । ରାହୁଲ ଗାନ୍ଧୀଙ୍କୁ ମିଳୁଛି ମାତ୍ର ୯ ପ୍ରତିଶତ । ଯଦି ବର୍ତ୍ତମାନ ଲୋକସଭା ନିର୍ବାଚନ ହୁଏ ତେବେ ଏନଡିଏ ୨୮୬ ସିଟ୍ ପାଇବ । ୟୁପିଏକୁ ମିଳିବ ୧୪୬ ଆସନ। ଅନ୍ୟାନ୍ୟ ଦଳ ପାଇବେ ୧୧୧ ଆସନ। ଏମିତି ତଥ୍ୟ ପ୍ରକାଶ କରିଛି ଏହି ସର୍ଭେ । ବିହାର ରାଜନୀତିରେ ପରିବର୍ତ୍ତନ ଯୋଗୁଁ ବଡ଼ କ୍ଷତି ସହିବ ବୋଲି କୁହାଯାଇଛି । ତେବେ ଏହି ଅନୁପାତରେ ବିଜେପି ବା ଏହାର ମେଣ୍ଟ ଦଳ NDA ବର୍ତ୍ତମାନ ପ୍ରରିପେକ୍ଷୀରେ ୪୧ ପ୍ରତିଶତ ଭୋଟ ପାଇବାକୁ ସକ୍ଷମ  । ସେହିପରି କଂଗ୍ରେସ ବା ଏହାର ମେଣ୍ଟ ଦଳକୁ ୨୮ ପ୍ରତିଶତ ଭୋଟ ମିଳିବାକୁ ଯାଉଥିବାବେଳେ ସ୍ୱାଧନ ଦଳ ଗୁଡ଼ିକୁ ୩୧ ପ୍ରତିଶତ ଭୋଟ ମିଳିବ ବୋଲି ସର୍ଭେରେ ପ୍ରକାଶ ପାଇଛି  ।

ଇଣ୍ଡିଆ ଟୁଡ଼େ ସର୍ଭେରେ ପ୍ରକାଶ ପାଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ସର୍ଭାଧିକ ଲୋକପ୍ରିୟ ନେତା  । ବର୍ତ୍ତମାନ ମଧ୍ୟ ୫୩ ପ୍ରତିଶତ ଲୋକ ମୋଦିଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକତୁ ଚାହୁଁଛନ୍ତି  । ରାହୁଲ ଗାନ୍ଧୀଙ୍କୁ ୯ ପ୍ରତିଶତ ଚାହୁଁଥିବା ବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଚାହୁଁଛନ୍ତି ୭ ପ୍ରତିଶତ ଜନତା  । ଅନ୍ୟପଟେ ଯଦି କଂଗ୍ରେସ ଦଳ ଭିତରେ ଲୋକ ପ୍ରିୟ ନେତାଙ୍କୁ ଦେଖାଯାଏ  । ତେବେ ଦଳ ଭିତରେ ଲୋକ ପ୍ରିୟତାର ଶୀର୍ଷରେ ରହିଛନ୍ତି ରାହୁଲ ଗାନ୍ଧୀ  । ଅର୍ଥାତ ୨୩ ପ୍ରତିଶତ ଦଳୀୟ ସମର୍ଥନ ରାହୁଲ ଗାନ୍ଧୀଙ୍କୁ ମିଳୁଛି  । ଅନ୍ୟପଟେ ମନମୋହନ ସିଂଙ୍କୁ ୧୬ ପ୍ରତିଶତ, ସୋନିଆ ଗାନ୍ଧୀଙ୍କୁ ୧୪ ପ୍ରତିଶତ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କ ପ୍ରତି ଦଳୀୟ ସମର୍ଥନ ବା ଲୋକପ୍ରିୟତା ରହିଛି ୯ ପ୍ରତିଶତ  ।