ସାଇବର ଥାନାର ମାସିକ ରିପୋର୍ଟ: ଜାନୁୟାରୀ ମାସରେ ୩୩୫ଟି ଅଭିଯୋଗ ଗ୍ରହଣ

ଭୁବନେଶ୍ୱର: ଆସିଲା ସାଇବର ଥାନାର ମାସିକ ରିପୋର୍ଟ । ଭୁବନେଶ୍ବର ସାଇବର୍ କ୍ରାଇମ ହେଲ୍ପ ଡେସ୍କରେ ଗତ ଜାନୁୟାରୀ ମାସରେ ସର୍ବମୋଟ ୩୩୫ଟି ଅଭିଯୋଗ ଗ୍ରହଣ କରାଯାଇଥିଲା । ସେଥିମଧ୍ୟରୁ ୧୫୦ଟି ୟୁପିଆଇ ଫ୍ରଡ୍ ଜନିତ ଅଭିଯୋଗ, ୧୦୮ଟି ଡେବିଟ୍ ଓ କ୍ରେଡିଟ୍ କାର୍ଡ ଫ୍ରଡ ଜନିତ ଅଭିଯୋଗ ଆସିଛି ।

୫୦ଟି ସୋସିଆଲ ମିଡିଆ ଜନିତ ଅଭିଯୋଗ ଗ୍ରହଣ କରିଥିବା ବେଳେ ଅନ୍ୟାନ୍ୟ ମୋଟ ୨୭ଟି ଠକେଇ ଅଭିଯୋଗ ସାଇବର କ୍ରାଇମ ହେଲ୍ପ ଡେସ୍କ ଗ୍ରହଣ କରିଥିଲେ । ଗତ ମାସ ମଧ୍ୟରେ ଭୁବନେଶ୍ବର ସହରାଞ୍ଚଳ ଜିଲ୍ଲାରେ ବିଭିନ୍ନ ଅଭିଯୋଗ ମାଧ୍ୟମରେ ମୋଟ ୧ କୋଟି ୪୪ ଲକ୍ଷ ୪ ହଜାର ୬୩୧ଟଙ୍କାର ଠକେଇ ଜନିତ ଅଭିଯୋଗ ଆସିଥିଲା।

ସେଥିମଧ୍ୟରୁ ମୋଟ ୫ଟି ମାମଲା ଭୁବନେଶ୍ବରର ସାଇବର କ୍ରାଇମ୍ ଓ ଅର୍ଥନୈତିକ ଅପରାଧ ଥାନାରେ ପଞ୍ଜୀକୃତ କରାଯାଇଥିଲା। ଗତ ଜାନୁୟାରୀ ମାସରେ ଠକେଇର ଶୀକାର ହୋଇଥିବା ଅଭିଯୋଗକାରୀ ମାନଙ୍କୁ ମୋଟ ୧୦ ଲକ୍ଷ ୧୩ ହଜାର ୧୭୭ଟଙ୍କା ଫେରସ୍ତ କରାଯାଇପାରିଥିବା ବେଳେ ମୋଟ ୨୨ ଲକ୍ଷ ୪୯ ହଜାର ୬୫୬ ଟଙ୍କାକୁ ବ୍ଲକ କରାଯାଇ ପାରିଛି ।