୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଲଘୁଚାପ ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ମଧ୍ୟମ ଧରଣ ବର୍ଷା ହୋଇଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏଥିପାଇଁ ୭ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ, ୧୧ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସାରା ଓଡ଼ିଶାରେ ସକ୍ରିୟ ହେଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଉତ୍ତର ବଙ୍ଗୋପସାଗର ଏବଂ ଏହାର ଆଖପାଖରେ ସୃଷ୍ଟି ହୋଇଥିବା ଲଘୁଚାପରେ ସକ୍ରିୟ ହୋଇଛି ମୌସୁମୀ । ଏହା ଆସନ୍ତା ୨୪ ଘଣ୍ଟାରେ ଉତ୍ତର ପଶ୍ଚିମ ଦିଗରେ ଗତି କରି ଝାଡ଼ଖଣ୍ଡ ମୁହାଁ ହେବ । ଲଘୁଚାପ ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ପାଇଁ ଉତ୍ତର ଓ ଆଭ୍ୟନ୍ତରୀଣ ଜିଲ୍ଲା ଗୁଡ଼ିକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।

ସାରା ଓଡ଼ିଶା‌ରେ ସଂପୂର୍ଣ୍ଣ ସକ୍ରିୟ ହେବା ପାଇଁ ମୌସୁମୀକୁ ଆହୁରି ୨୪ ଘଣ୍ଟା ଲାଗିବ। ଶନିବାର ସଂପୂର୍ଣ୍ଣ ପୁରୀ ଜିଲ୍ଲା‌ରେ ମୌସୁମୀ ସକ୍ରିୟ ହୋଇଥିବା ବେଳେ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର, ଖୋର୍ଧା ଓ ନୟାଗଡ଼ର କିଛି କିଛି ଅଞ୍ଚଳରେ ବର୍ଷା ହୋଇଥିବା ଜଣାଯାଇଛି। ଏହାସହ କଟକ, ଯାଜପୁର ଓ ମୟୂରଭଞ୍ଜର କିଛି କିଛି ଅଞ୍ଚଳରେ ମଧ୍ୟ ମୌସୁମୀ ବର୍ଷା ହୋଇଥିବା ଜଣାପଡ଼ିଛି । ତେବେ ଆଉ ୨୪ ଘଣ୍ଟାରେ ଅର୍ଥାତ୍‌ ପହିଲି ରଜ ପୂର୍ବରୁ ସାରା ଓଡ଼ିଶାରେ ମୌସୁମୀ ବର୍ଷା ଆରମ୍ଭ ହୋଇଯିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

Leave a Reply