ସାମାନ୍ୟ ବିଳମ୍ବରେ ଆସିବ ମୌସୁମୀ, ଜୁନ ୪ତାରିଖରେ ମୌସୁମୀ କେରଳ ଛୁଇଁବା ସମ୍ଭାବନା

ଭୁବନେଶ୍ୱର: ଏବର୍ଷ ସାମାନ୍ୟ ବିଳମ୍ବରେ ଆସିବ ମୌସୁମୀ । ଜୁନ ୪ତାରିଖରେ ମୌସୁମୀ କେରଳ ଛୁଇଁବା ସମ୍ଭାବନା ରହିଛି । କେରଳ ଛୁଇଁବାର ସ୍ବାଭାବିକ ତାରିଖ ହେଉଛି ଜୁନ ୧ । ଓଡ଼ିଶାରେ ବି ବିଳମ୍ବରେ ଛୁଇଁବ ଦକ୍ଷିଣ ପଶ୍ଚିମ ମୌସୁମୀ । ଏନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ମଡେଲ ଜନିତ ତ୍ରୁଟି ± ପାଇଁ ଚାରିଦିନ ମୌସୁମୀ ବିଳମ୍ବରେ ଆସିବ ବୋଲି କୁହାଯାଉଛି ।