ଚାରି ଦିନ ଆଗରୁ ସଂସଦର ମୌସୁମୀ ଅଧିବେଶନ ମୁଲତବୀ

1 min read

ନୂଆଦିଲ୍ଲୀ: ଚାରି ଦିନ ଆଗରୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ମୁଲତବୀ ହେଲା ସଂସଦର ମୌସୁମୀ ଅଧିବେଶନ । ତେବେ ଏହି ଅଧିବେଶନରେ ଅଧିକାଂଶ ବିଧେୟକ ସଂକ୍ରାନ୍ତ କାର୍ଯ୍ୟ ସମ୍ପନ୍ନ ହୋଇଛି । ଆସନ୍ତା ଅଗଷ୍ଟ ୯ରେ ମହରମ ଥିବାବେଳେ ୧୧ରେ ରାକ୍ଷୀ ପୂର୍ଣ୍ଣିମା ରହିଛି ।

ଏହି ଦୁଇଟି ଉତ୍ସବରେ ସାଂସଦମାନେ ନିଜ ନିଜ ନିର୍ବାଚନ ମଣ୍ଡଳୀକୁ ଯିବାକୁ ଥିବାରୁ ସଂସଦ ବନ୍ଦ ରଖିବାକୁ ଅନୁରୋଧ କରାଯାଇଥିଲା । ଆଉ କିଛି ବିଧେୟକ ଉପସ୍ଥାପିତ ହେବାକୁ ବାକି ଥିବାବେଳେ ସାଂସଦଙ୍କ ଅନୁରୋଧ କ୍ରମେ ସଂସଦକୁ ଆଗୁଆ ମୁଲତବୀ ଘୋଷଣା କରାଯାଇଛି । ଲୋକସଭା ବାଚସ୍ପତି ଓମ ବିରଲା କହିଛନ୍ତି- ମୌସୁମୀ ଅଧିବେଶନ ୧୬ ଦିନ ଲାଗି ଚାଲିଥିଲା ଏବଂ ୭ଟି ବିଧେୟକ ଗୃହୀତ ହୋଇଛି ।

ରାଜ୍ୟସଭାରେ ୩୮ ଘଣ୍ଟା କାର୍ଯ୍ୟ ହୋଇଥିବାବେଳେ ହଙ୍ଗାମାରେ ନଷ୍ଟ ହୋଇଥିଲା ୪୭ ଘଣ୍ଟା । ତେବେ ଆଗୁଆ ସଂସଦ ଅଧିବେଶନ ବନ୍ଦକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି ତୃଣମୂଳ ସାଂସଦ ଡେରେକ ଓ ବ୍ରିଏନ ।