ପ୍ରଧାନମନ୍ତ୍ରୀଙ୍କ ହୃଦୟ ଭାଙ୍ଗିଲା ରାଜ୍ୟସଭା ହଟ୍ଟଗୋଳ, ଟ୍ୱିଟରେ ଦେଲେ ଚିଠିର ଜବାବ

1 min read

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପସଭାପତି ହରିବଂଶଙ୍କ ଚିଠିକୁ ନେଇ ଟ୍ୱିଟ କରିଛନ୍ତି । ଯେଉଁଥିରେ ସେ ରବିବାରକୁ ରାଜ୍ୟସଭାରେ ହୋଇଥିବା ହଟ୍ଟଗୋଳକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି । ରାଜ୍ୟସଭାର ଉପସଭାପତି ହରିବଂଶ ବିରୋଧୀ ସଦସ୍ୟଙ୍କ ଆପତ୍ତିଜନକ ଆଚରଣରେ ମର୍ମାହତ । ଏହାକୁ ନଜରରେ ରଖି ସେ ଗତ ମଙ୍ଗଳବାରକୁ ୨୪ ଘଣ୍ଟା ପର୍ଯ୍ୟନ୍ତ ଉପବାସ କରିବେ ବୋଲି କହିଛନ୍ତି । ତେବେ ଏହା ପଛର କାରଣ ହେଉଛି ଏହାଦ୍ୱାରା ଆପତ୍ତିଜନକ ଆଚରଣ କରୁଥିବା ସଦସ୍ୟଙ୍କ ମଧ୍ୟରେ ଆତ୍ମା ସୁଦ୍ଧି ଭାବନା ଜାଗ୍ରତ ହେବ । ତେବେ ହରିବଂଶଙ୍କ ଚିଠିରେ ପିଏମ ମୋଦି ଲେଖିଛନ୍ତି କି, ମାନନୀୟ ରାଷ୍ଟ୍ରପତିଙ୍କୁ ମାନନୀୟ ହରିବଂଶ ଜି ଯେଉଁ ଚିଠି ଲେଖିଛନ୍ତି, ମୁଁ ତାହାକୁ ପଢିଛି । ଚିଠିର ଗୋଠିଏ ଗୋଟିଏ ଶବ୍ଦ ଗଣତନ୍ତ୍ର ପ୍ରତି ଆମ ଆସ୍ଥାକୁ ନୂଆ ବିଶ୍ୱାସ ଦେଇଛି । ଏହି ଚିଠି ଏକ ପ୍ରେରକ ଏବଂ ପ୍ରଶଂସନୀୟ ମଧ୍ୟ । ଏଥିରେ ସତ୍ୟତା ରହିଛି ଏବଂ ସମ୍ବେଦନ ମଧ୍ୟ । ମୋର ଇଛା ସମଗ୍ର ଦେଶବାସୀ ଏହାକୁ ପଢନ୍ତୁ ।

ସୂଚନାଯୋଗ୍ୟ ହରିବଂଶ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଲେଖିଥିବା ଚିଠିରେ କୃଷି ସମ୍ବଦ୍ଧୀୟ ଦୁଇ ବିଧାୟକଙ୍କ କାରଣରୁ ରବିବାରକୁ ସଂସଦରେ ହୋଇଥିବା ହଟ୍ଟଗୋଳ ବିଷୟରେ ଲେଖିଛନ୍ତି । ସଦସ୍ୟଙ୍କ ଦ୍ୱାରା ଗଣତନ୍ତ୍ର ନାମରେ ହିଂସାତ୍ମକ କାର୍ଯ୍ୟ କରାଗଲା । ସିଟରେ ବସିଥିବା ବ୍ୟକ୍ତିଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରାଗଲା । ସେଠାରେ ପ୍ରତ୍ୟେକ ମର୍ଯ୍ୟାଦା ଏବଂ ବ୍ୟବସ୍ଥାକୁ ଅସମ୍ମାନ କରାଗଲା । ଏହା ସହିତ ୨୦ ସେପ୍ଟେମ୍ବରକୁ ଯାହା ହେଲା ତାହା ମୋତେ ଖୁବ ଯନ୍ତ୍ରଣା , ମାନସିକ ଚାପ ଏବଂ ମାନସିକ ବେଦନା ଦେଇଛି । ମୁଁ ସାରା ରାତି ଶୋଇପାରି ନାହିଁ । ମର୍ଯ୍ୟାଦାର ଅକଳ୍ପନୀୟ କ୍ଷତି ହୋଇଛି । ମୋର ଉପବାସ ମୋର ଏହି ଭାବନାରୁ ପ୍ରେରିତ । ବିହାରରେ ଜନ୍ମ ହୋଇଥିବା ଜାତୀୟ କବି ଦିନକର ଦୁଇ ଥର ରାଜ୍ୟସଭାର ସଦସ୍ୟ ହୋଇଛନ୍ତି । ୨୩ ସେପ୍ଟେମ୍ବରକୁ ତାଙ୍କର ଶ୍ରାଦ୍ଧବାର୍ଷିକୀ । ୨୨ ସେପ୍ଟେମ୍ବରରୁ ୨୩ ସେପ୍ଟମ୍ବର ସକାଳ ପର୍ଯ୍ୟନ୍ତ ୨୪ ଘଣ୍ଟା ମୁଁ ଉପବାସରେ ରହିବି ବୋଲି ସେ ଚିଠିରେ ଲେଖିଛନ୍ତି । କିନ୍ତୁ କାମରେ ଯେପରି କୌଣସି ବାଧା ସୃଷ୍ଟି ନ ହେଉ ତେଣୁ ସେ ରାଜ୍ୟସଭାରା କାର୍ଯ୍ୟରେ ସାମାନ୍ୟ ରୂପରେ ଉପସ୍ଥିତ ରହିବେ ବୋଲି ଚିଠିରେ ଲେଖିଛନ୍ତି।

ସୂଚନାଯୋଗ୍ୟ ରବିବାରକୁ ସଂସଦରେ ହଟ୍ଟଗୋଳ କରିଥିବା କାରଣରୁ   ୮ ଜଣ ସାଂସଦଙ୍କୁ ନିଲମ୍ବିତ କରାଯାଇଥିଲା । ଏହାକୁ ନେଇ ୮ ଜଣ ନିଲମ୍ବିତ ସାଂସଦ ଗତକାଲି ଧାରଣାରେ ବସିଥିଲେ । ଆଜି ସେମାନେ ଧାରଣାରୁ ଉଠି ଯାଇଛନ୍ତି କିନ୍ତୁ ବିରୋଧୀ ଦଳ ମୌସୁମୀ ଅଧିବେଶନକୁ ବର୍ଜନ କରିବାକୁ ଘୋଷଣା କରିଛନ୍ତି ।

Leave a Reply