ପ୍ରଧାନମନ୍ତ୍ରୀଙ୍କ ହୃଦୟ ଭାଙ୍ଗିଲା ରାଜ୍ୟସଭା ହଟ୍ଟଗୋଳ, ଟ୍ୱିଟରେ ଦେଲେ ଚିଠିର ଜବାବ
1 min readନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପସଭାପତି ହରିବଂଶଙ୍କ ଚିଠିକୁ ନେଇ ଟ୍ୱିଟ କରିଛନ୍ତି । ଯେଉଁଥିରେ ସେ ରବିବାରକୁ ରାଜ୍ୟସଭାରେ ହୋଇଥିବା ହଟ୍ଟଗୋଳକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି । ରାଜ୍ୟସଭାର ଉପସଭାପତି ହରିବଂଶ ବିରୋଧୀ ସଦସ୍ୟଙ୍କ ଆପତ୍ତିଜନକ ଆଚରଣରେ ମର୍ମାହତ । ଏହାକୁ ନଜରରେ ରଖି ସେ ଗତ ମଙ୍ଗଳବାରକୁ ୨୪ ଘଣ୍ଟା ପର୍ଯ୍ୟନ୍ତ ଉପବାସ କରିବେ ବୋଲି କହିଛନ୍ତି । ତେବେ ଏହା ପଛର କାରଣ ହେଉଛି ଏହାଦ୍ୱାରା ଆପତ୍ତିଜନକ ଆଚରଣ କରୁଥିବା ସଦସ୍ୟଙ୍କ ମଧ୍ୟରେ ଆତ୍ମା ସୁଦ୍ଧି ଭାବନା ଜାଗ୍ରତ ହେବ । ତେବେ ହରିବଂଶଙ୍କ ଚିଠିରେ ପିଏମ ମୋଦି ଲେଖିଛନ୍ତି କି, ମାନନୀୟ ରାଷ୍ଟ୍ରପତିଙ୍କୁ ମାନନୀୟ ହରିବଂଶ ଜି ଯେଉଁ ଚିଠି ଲେଖିଛନ୍ତି, ମୁଁ ତାହାକୁ ପଢିଛି । ଚିଠିର ଗୋଠିଏ ଗୋଟିଏ ଶବ୍ଦ ଗଣତନ୍ତ୍ର ପ୍ରତି ଆମ ଆସ୍ଥାକୁ ନୂଆ ବିଶ୍ୱାସ ଦେଇଛି । ଏହି ଚିଠି ଏକ ପ୍ରେରକ ଏବଂ ପ୍ରଶଂସନୀୟ ମଧ୍ୟ । ଏଥିରେ ସତ୍ୟତା ରହିଛି ଏବଂ ସମ୍ବେଦନ ମଧ୍ୟ । ମୋର ଇଛା ସମଗ୍ର ଦେଶବାସୀ ଏହାକୁ ପଢନ୍ତୁ ।
माननीय राष्ट्रपति जी को माननीय हरिवंश जी ने जो पत्र लिखा, उसे मैंने पढ़ा। पत्र के एक-एक शब्द ने लोकतंत्र के प्रति हमारी आस्था को नया विश्वास दिया है। यह पत्र प्रेरक भी है और प्रशंसनीय भी। इसमें सच्चाई भी है और संवेदनाएं भी। मेरा आग्रह है, सभी देशवासी इसे जरूर पढ़ें। pic.twitter.com/K9uLy53xIB
— Narendra Modi (@narendramodi) September 22, 2020
ସୂଚନାଯୋଗ୍ୟ ହରିବଂଶ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଲେଖିଥିବା ଚିଠିରେ କୃଷି ସମ୍ବଦ୍ଧୀୟ ଦୁଇ ବିଧାୟକଙ୍କ କାରଣରୁ ରବିବାରକୁ ସଂସଦରେ ହୋଇଥିବା ହଟ୍ଟଗୋଳ ବିଷୟରେ ଲେଖିଛନ୍ତି । ସଦସ୍ୟଙ୍କ ଦ୍ୱାରା ଗଣତନ୍ତ୍ର ନାମରେ ହିଂସାତ୍ମକ କାର୍ଯ୍ୟ କରାଗଲା । ସିଟରେ ବସିଥିବା ବ୍ୟକ୍ତିଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରାଗଲା । ସେଠାରେ ପ୍ରତ୍ୟେକ ମର୍ଯ୍ୟାଦା ଏବଂ ବ୍ୟବସ୍ଥାକୁ ଅସମ୍ମାନ କରାଗଲା । ଏହା ସହିତ ୨୦ ସେପ୍ଟେମ୍ବରକୁ ଯାହା ହେଲା ତାହା ମୋତେ ଖୁବ ଯନ୍ତ୍ରଣା , ମାନସିକ ଚାପ ଏବଂ ମାନସିକ ବେଦନା ଦେଇଛି । ମୁଁ ସାରା ରାତି ଶୋଇପାରି ନାହିଁ । ମର୍ଯ୍ୟାଦାର ଅକଳ୍ପନୀୟ କ୍ଷତି ହୋଇଛି । ମୋର ଉପବାସ ମୋର ଏହି ଭାବନାରୁ ପ୍ରେରିତ । ବିହାରରେ ଜନ୍ମ ହୋଇଥିବା ଜାତୀୟ କବି ଦିନକର ଦୁଇ ଥର ରାଜ୍ୟସଭାର ସଦସ୍ୟ ହୋଇଛନ୍ତି । ୨୩ ସେପ୍ଟେମ୍ବରକୁ ତାଙ୍କର ଶ୍ରାଦ୍ଧବାର୍ଷିକୀ । ୨୨ ସେପ୍ଟେମ୍ବରରୁ ୨୩ ସେପ୍ଟମ୍ବର ସକାଳ ପର୍ଯ୍ୟନ୍ତ ୨୪ ଘଣ୍ଟା ମୁଁ ଉପବାସରେ ରହିବି ବୋଲି ସେ ଚିଠିରେ ଲେଖିଛନ୍ତି । କିନ୍ତୁ କାମରେ ଯେପରି କୌଣସି ବାଧା ସୃଷ୍ଟି ନ ହେଉ ତେଣୁ ସେ ରାଜ୍ୟସଭାରା କାର୍ଯ୍ୟରେ ସାମାନ୍ୟ ରୂପରେ ଉପସ୍ଥିତ ରହିବେ ବୋଲି ଚିଠିରେ ଲେଖିଛନ୍ତି।
ସୂଚନାଯୋଗ୍ୟ ରବିବାରକୁ ସଂସଦରେ ହଟ୍ଟଗୋଳ କରିଥିବା କାରଣରୁ ୮ ଜଣ ସାଂସଦଙ୍କୁ ନିଲମ୍ବିତ କରାଯାଇଥିଲା । ଏହାକୁ ନେଇ ୮ ଜଣ ନିଲମ୍ବିତ ସାଂସଦ ଗତକାଲି ଧାରଣାରେ ବସିଥିଲେ । ଆଜି ସେମାନେ ଧାରଣାରୁ ଉଠି ଯାଇଛନ୍ତି କିନ୍ତୁ ବିରୋଧୀ ଦଳ ମୌସୁମୀ ଅଧିବେଶନକୁ ବର୍ଜନ କରିବାକୁ ଘୋଷଣା କରିଛନ୍ତି ।