ନାକେଦମ କଲା ମାଙ୍କଡ ; ତିନି ଘଣ୍ଟା ଧରି ବିଦ୍ୟୁତ ଖୁଣ୍ଟରେ ବସିରହିଲା

ଚୌଦ୍ଵାର : ନାକେଦମ କଲା ମାଙ୍କଡ । ପ୍ରାୟ ତିନି ଘଣ୍ଟା ଧରି ବିଦ୍ୟୁତ୍ ଖୁଣ୍ଟରେ ବସି ରହିଲା । ଅନ୍ଧାରରେ ମାଙ୍କଡକୁ ଉଦ୍ଧାର କରିବାକୁ ଯାଇ ହଇରାଣ ହେଲେ ବିଦ୍ୟୁତ୍,ଦମକଳ, ବନ ବିଭାଗ ଓ ପୋଲିସ କର୍ମଚାରୀ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଚୌଦ୍ଵାର ଅଞ୍ଚଳରେ । ଚୌଦ୍ଵାର କଳିଙ୍ଗ ଛକରେ ଥିବା ଏକ ବିଦ୍ୟୁତ୍ ଖୁଣ୍ଟରେ ମାଙ୍କଡଟି ଚଢ଼ିଯିବା ଫଳରେ ବିଦ୍ୟୁତ୍ ସଟ୍ ହୋଇ କରେଣ୍ଟ କଟି ଯାଇଥିଲା । ମାତ୍ର ମାଙ୍କଡଟି ବିଦ୍ୟୁତ୍ ଖୁଣ୍ଟରେ ବସି ରହିଥିଲା । ଦୁଇଟି ତାରକୁ ଧରି କିଛି ସମୟ ଖେଳିବାକୁ ଲାଗିଥିଲା ।

ସ୍ଥାନୀୟ ଲୋକେ ଦେଖି ବିଦ୍ୟୁତ୍ ବିଭାଗକୁ ଖବର ଦେଇଥିଲେ । ବିଦ୍ୟୁତ୍ ବିଭାଗ ନିରୁପ୍ରାୟ ହୋଇ ବନ ବିଭାଗକୁ ଜଣାଇଥିଲେ । ବନ ବିଭାଗ କର୍ମଚାରୀ ଉଦ୍ଧାର କରିବାରେ ସକ୍ଷମ ନହେବାରୁ ଦମକଳ ବିଭାଗର ସାହାଯ୍ୟ ନେଇଥିଲେ । ପ୍ରାୟ ତିନି ଘଣ୍ଟାର କସରତ ପରେ ମାଙ୍କଡ ଟି ଉଦ୍ଧାର ହୋଇଥିଲା । ମାଙ୍କଡଟି ଏବେ ସୁସ୍ଥ ଥିବା ଚୌଦ୍ଵାର ବନପାଳ କହିଛନ୍ତି ।