spot_img

Latest Posts

ଅନଲାଇନରେ ଅନ୍ଧବିଶ୍ୱାସର ବଜାର : ଲୋକଙ୍କ ଲୋଭ ପାଇଁ ବଳି ପଡ଼ୁଛି ଗୋଧି, ହେଉଛି ଗୋଧି ଯୌନାଙ୍ଗ ବେପାର

ଅନଲାଇନରେ ଗୋଧି ଯୌନାଙ୍ଗ ବିକ୍ରି ହେବା ପ୍ରସଙ୍ଗ ପୁଣି ଥରେ ସାମ୍ନାକୁ ଆସିଛି । ୨୦୧୭ରେ ଏହାକୁ ଆମାଜନ୍, ଫ୍ଲିପକାର୍ଟ ଭଳି ଅନଲାଇନ୍ ମାର୍କେଟ ମାଧ୍ୟମରେ ବିକ୍ରି କରାଯାଇଥିଲା । ଅନେକ ବିରୋଧ ପରେ ଓ୍ୱାଇଲଡ଼ ଲାଇଫ୍ କ୍ରାଇମ୍ କଣ୍ଟ୍ରୋଲ ବ୍ୟୁରୋ ଘଟଣାରେ ହସ୍ତକ୍ଷେପ କରିଥିଲା । ଇ-ମାର୍କେଟରୁ ବିକ୍ରି ସୁବିଧା ହଟାଇ ଦିଆଗଲା । ତେବେ ଏବେ ପୁଣି ଥରେ ଏଭଳି ଏକ ଅନ୍ଧବିଶ୍ୱାସକୁ ନେଇ ବେପାର ଆରମ୍ଭ ହୋଇଛି ।ଏଥିପାଇଁ ୟୁଟ୍ୟୁବରେ କିଛି ସ୍ୱତନ୍ତ୍ର ଚାନେଲ ଖୋଲା ଯାଇଛି । ଚ୍ୟାନେଲ ମାଧ୍ୟମରେ ଗୋଧି ଶୀକାର କରିବାର ପଦ୍ଧତି ଶିକ୍ଷା ଦିଆଯାଉଛି । ସେହିଭଳି ଅନ୍ୟ ଏକ ପ୍ରକାର ଚ୍ୟାନେଲରେ ଗୋଧି ଯୌନାଙ୍ଗରୁ ପ୍ରସ୍ତୁତ ହେଉଥିବା ଚେରମୂଳି ଭଳି ଦେଖା ଯାଉଥିବା ପଦାର୍ଥ  ‘ହାତ ଯୋଡି’ର ପ୍ରଚାର କରାଯାଉଛି । ସେହିଭଳି କିଛି ଚ୍ୟାନେଲକୁ ଏହାକୁ ଏକ  ଗଠର ଚେରମୂଳି କହି ମଧ୍ୟ ବିକ୍ରି କରାଯାଉଛି । ଏଭଳି ପଦାର୍ଥ ରଖିବା ଦ୍ୱାରା ପରିବାରର ସବୁ ଆକାଂକ୍ଷା ପୂରଣ ହୋଇଥାଏ ବୋଲି ୟୁଟ୍ୟୁବ ଭିଡିଓରେ ଦାବି କରାଯାଉଛି ।

ହାତଯୋଡ଼ି କ’ଣ ?

ବାସ୍ତବରେ ଏହା ଏକ ପ୍ରକାରର ଉଦ୍ଦିଦ । ଏହାକୁ  ସ୍ୱଭାଗ୍ୟର ପ୍ରତିକ ଭାବେ ଅନେକ ବାଖ୍ୟା କରନ୍ତି । ଏହାକୁ ରଖିବା ଦ୍ୱାରା ଅର୍ଥ, ସୁଖ ପ୍ରାପ୍ତି ହୁଏ। ମାତ୍ର ଏହାର ନାମ ନେଇ ଏବେ ଗୋଧି ଯୌନାଙ୍ଗକୁ ବିକ୍ରି କରାଯାଉଛି । ଏହାର ପାଇଁ ଅନ୍ଧବିଶ୍ୱାସର ଜାଲ ବୁଣା ଯାଇ ଲୋକଙ୍କୁ ଏକ ପ୍ରକ୍ରିୟାକୁ ମାନିବାକୁ କୁହାଯାଉଛି ।

ପ୍ରଥମେ ଗୋଧି ଯୌନାଙ୍ଗକୁ ସଂଗ୍ରହ କରାଯାଇଥାଏ । ଗୋଧିକୁ ମାରି, ଚମଡ଼ା ଛାଲି, ତା’ ଶରୀରରେ ଥିବା ଦୁଇଟି ହେମିପେନିସକୁ ବାହାର କରାଯାଇଥାଏ । ଏହାପରେ ଶୁଖିଲା କାଠିକୁ ହେମି ପେନିସ ମଧ୍ୟରେ ପୁରାଯାଇ ଏହାକୁ ଖରାରେ ଶୁଖାଇ ଦିଆଯାଏ । ସମ୍ପୂର୍ଣ୍ଣ ଶୁଖିଯିବା ପରେ ଏହା ଏକ ଗଛର ଚେର ଭଳି ଦେଖା  ଯାଇଥାଏ । ଶୁଖିଯିବା ପରେ ମାଂସ ଗନ୍ଧ ଲୁଚାଇବା ପାଇଁ ଏହା ଉପରେ ଅତରର ବ୍ୟବହାର କରାଯାଇଥାଏ । ପରେ ଏହାକୁ ଏକ ସିନ୍ଦୁ ଡ଼ବାରେ ରଖାଯାଇଥାଏ ।

ଏହାକୁ ନେଇ ଅନ୍ଧବିଶ୍ୱାସ କ’ଣ ?

ତଥାକଥିତ ଜ୍ଞାନୀ ୟୁଟ୍ୟୁବରମାନଙ୍କ କହିବା ଅନୁଯାୟୀ ଏସବୁ ପରିବାର ଓ ଘର ସମୃଦ୍ଧି କ୍ଷେତ୍ରରେ ବିଶେଷ ଭାବେ ସହାୟକ ହୋଇଥାଏ । ଯୁକ୍ତି ଏହା ଯେ, ଆର୍ଥିକ ସମସ୍ୟା ଭିତର ଦେଇ ଗତି କରୁଥିବା ଲୋକେ ଏହାକୁ ଘରେ ରଖିଲେ ଘରର ଆର୍ଥିକ ସ୍ଥିତି ସୁଧୁରିବା ସହ ଗ୍ରହଙ୍କ କୁପ୍ରଭାର ନଷ୍ଟ ହୁଏ । ଏପରିକି ସମୟ ବଢିବା ସହ ହାତଯୋଡ଼ିର ଆକାରରେ ମଧ୍ୟ ବୃଦ୍ଧି ହୋଇଥାଏ । ଆକାର ବଢିଲେ ଏହା ଅଧିକ ପ୍ରଭାବଶାଳୀ ହେବା ସହ ବ୍ୟକ୍ତିକୁ ଅଧିକରୁ ଅଧିକ ବିତ୍ତଶାଳୀ କରିବାରେ ସହାୟକ ହୁଏ । ୟୁଟ୍ୟୁବରେ ଖୋଲାଖୋଲି ଭାବେ ଏଭଳି ଅନ୍ଧବିଶ୍ୱାସକୁ ପ୍ରସାରଣ କରାଯାଉଥିବା ସାଧାରଣ ଲୋକେ ଏଭଳି ମିଥ୍ୟା ଓ ବିଭ୍ରାନ୍ତକାରୀ ପ୍ରସାରଣକୁ ବିଶ୍ୱାସ କରୁଛନ୍ତି ।

କେମିତି ହେଉଛି ବେପାର ?

ଏବେ ଏହା ଏକ ସକ୍ରିୟ ବେପାରରେ ପରିଣତ ହୋଇ ସାରିଲାଣି । ଏହି ବେପାର ର ପର୍ଦାଫାସ୍ କରିଛନ୍ତି ସ୍ନେକ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ । ତଥ୍ୟ ପ୍ରମାଣ ସହ ଅନେକ ମୋବାଇଲ ନମ୍ବର ସଂଗ୍ରହ କରି ପତ୍ର ଲେଖିଛନ୍ତି ୱ।ଇଲଡ଼ ଲାଇଫ କ୍ରାଇମ କଣ୍ଟ୍ରୋଲ ବ୍ୟୁରୋ ର ଅତିରିକ୍ତ ନିର୍ଦେଶକ ଶ୍ରୀମତି ତିଲୋତ୍ତମା ବର୍ମା ଙ୍କୁ । ୟୁଟ୍ୟୁବ ରେ ଗୋଧି ଯୌନାଙ୍ଗ ର ବେପାର ଉପରେ ଅଙ୍କୁଶ ଲଗେଇବା ସହ ୟୁଟ୍ୟୁବ କମ୍ପାନୀର ଭାରତୀୟ ମୁଖ୍ୟଙ୍କୁ ଏହି ଅପରାଧ ପାଇଁ ପ୍ରୋତ୍ସାହନ ଦେବା ଅଭିଯୋଗରେ ଗିରଫ କରିବା ପାଇଁ ମଧ୍ୟ ଦାବୀ ଜଣେଇଛନ୍ତି ।ହାତଯୋଡ଼ି ନାମକ ଏହି ପ୍ରଡକ୍ଟ ବିକ୍ରି କରିବା ପାଇଁ ପ୍ରସ୍ତୁତ ହେଉଥିବା ଭିଡିଓରେ ହାତଯୋଡିର ଫାଇଦା ନେଇ ଅନେକ କଥା କୁହାଯାଉଛି । କିଭଳି ଭାବେ ଏହାକୁ ଘରେ ରଖିବା ଦ୍ୱାରା ବ୍ୟକ୍ତିର ଆର୍ଥିକ ପ୍ରଗତୀ ଅବିଶ୍ୱସନୀୟ ଭାବେ ହୋଇ ପାରିବ ସେନେଇ ସୂଚନା ଦିଆଯାଉଚି । ସାଧାରଣ ଲୋକଙ୍କୁ  ସୂଚନା ନାମରେ କେବଳ ମିଥ୍ୟା ପ୍ରତିଶ୍ରୁତି ମିଳୁଛି । ଏହାପରେ ୟୁଟ୍ୟୁବ ସ୍କ୍ରିନ ଉପରେ ଏକ ନମ୍ୱର ଆସୁଛି । ଉକ୍ତ ନମ୍ୱରକୁ କଲ୍ କରି ଏହାକୁ ଅର୍ଡର କରିବା ପାଇଁ ପ୍ରବର୍ତ୍ତାଯାଉଛି । ଏହାପରେ ହ୍ୱାଟସଅପ୍ ମାଧ୍ୟମରେ ଡିଲ୍ ହେଉଛି ଓ ଲୋକେ ଏହାକୁ କିଣୁଛନ୍ତି ।

ଏହାର ଆଇନଗତ ଦିଗ କ’ଣ ?

ଉଲ୍ଲେଖଯୋଗ୍ୟ ଯେ ଭାରତରେ ଗୋଧି  ଭାରତୀୟ ସଂରକ୍ଷଣ ଆଇନ ୧୯୭୨ ଅନୁଯାୟୀ ସଂରକ୍ଷିତ ପ୍ରାଣୀଙ୍କ ଶ୍ରେଣୀରେ ଆସନ୍ତି । ଭାରତରେ ୩ ପ୍ରକାରର ଗୋଧି ଦେଖାଯାଆନ୍ତି । ୱାଟର ମନିଟର, ବେଙ୍ଗଲ ମନିଟର, ଓ ୟେଲୋ ମନିଟର । ଏହି ୩ ଟି ପ୍ରଜାତି ର ଗୋଧି ବନ୍ୟ ପ୍ରାଣୀ ଆଇନ ରେ ତଫସିଲ 1 ଅନ୍ତର୍ଗତ ସରୀସୃପ । ଗୋଧି ଶୀକାର କରିବା ବାଘ ବା ହାତୀ ଶୀକାର ସହ ସମାନ । ତଥାପି ଗୋଧି ଶୀକାର କୁ ରୋକିବା ଭାରତରେ ସମ୍ଭବ ହେଉନି । ଏଣୁ ସରକାର ଏଦିଗରେ ଧ୍ୟାନ ଦେବା ପାଇଁ ସାଧାରଣରେ ଦାବି ଉଠୁଛି ।

Latest Posts

Don't Miss