ନୋଟରେ କରୋନା ଭୟ ! ମନି ସାନିଟାଇଜେସନ୍‌ ମେସିନ୍‌ ଉଦ୍ଭାବନ କଲେ ଛାତ୍ର

ନୂଆପଡ଼ା: ଟଙ୍କାକୁ ସାନିଟାଇଜ୍‌ ବା ବିଶୋଧନ କରିବ ମେସିନ୍‌ । ନୂଆପଡ଼ାର ଜଣେ ଛାତ୍ର ଏଭଳି ଅଭିନବ ପ୍ରୟାସ କରିଛନ୍ତି ।  ମନି ସାନିଟାଇଜେସନ୍‌ ମେସିନ୍‌ ଉଦ୍ଭାବନ କରି କମାଲ କରିଛନ୍ତି ପଦାର୍ଥ ବିଜ୍ଞାନ ଛାତ୍ର ଲକ୍ଷ୍ମଣ ଡୁଣ୍ଡି ।

ଟଙ୍କା ଦେଣନେଣ ସମୟରେ କରୋନା ଭୂତାଣୁ ସଂକ୍ରମଣ ଆଶଙ୍କା ରହିଛି । ଏହି ବିପଦ ଦୂର କରିବା ଏହି ମେସିନର ଲକ୍ଷ୍ୟ ।ସ୍ଥାନୀୟ ବଲଦିଆମାଲ ସିଦ୍ଧାର୍ଥ ପେଟ୍ରୋଲ ପମ୍ପରେ ଏହି ମେସିନ ଲଗାଯାଇଛି । ରେଳବାଇ, ପେଟ୍ରୋଲ ପମ୍ପ, ବସ୍‌ଷ୍ଟାଣ୍ଡ ଓ ସପିଙ୍ଗ୍ ମଲ୍‌ରେ ଏହି ମେସିନ ବେଶ୍‌ ସହାୟକ ହେବ ।

ଥର୍ମାଲ ସ୍କାନର, କିଟ୍‌, ଡିଟେକ୍‌ଟର, ଟାଇମ୍‌ର ଭଳି ଡିଭାଇସ ଏହି ଅତ୍ୟାଧୁନିକ ମେସିନରେ ବ୍ୟବହାର କରାଯାଇଛି । ଷ୍ଟାର୍ଟଅପ୍‌ କମ୍ପାନି ଜରିଆରେ ଏହି ମୃନି ସାନିଟାଇଜେସନ ମେସିନ୍‌କୁ ବଜାରକୁ ଆଣିବା ପାଇଁ ଲକ୍ଷ୍ମଣ ଯ଼ୋଜନା କରୁଛନ୍ତି । ଟଙ୍କାକୁ କରୋନା ଭୂତାଣୁ ସଂକ୍ରମୃଣରୁ ଦୂରେଇ ରଖିବା ତଥା ବିଶୋଧନ କରିବା ଏହି ମେସିନର ମୂଳ ଲକ୍ଷ୍ୟ ।

Leave a Reply