ମାଓବାଦୀଙ୍କ ଠାରୁ ମିଳିଲା ଟଙ୍କା ଛାପା ଉପକରଣ

ମାଲକାନଗିରି : ନକଲି ଟଙ୍କା ଛାପୁଛନ୍ତ ମଖ୍ୟମନ୍ତ୍ରୀ ! ଛତିଶଗଡ ସୁକମାରେ ନକ୍ସଲ ବିରୋଧୀ ଅଭିଯାନ ଭିତରେ ପ୍ରଥମ ଥର ପାଇଁ ମାଓବାଦୀଙ୍କ ଠାରୁ ମିଳିଲା ଟଙ୍କା ଛାପା ଉପକରଣ। ୫୦, ୧୦୦, ୨୦୦ ଓ ୫୦୦ ଟଙ୍କା ନକଲି ନୋଟର ନମୁନା ଜବତ ହୋଇଛି। ସୁକମା ପୋଲିସ ପକ୍ଷରୁ ଏନେଇ ସୂଚନା ମିଳିଛି । ଟଙ୍କା ଅଭାବରେ ମାଓବାଦୀମାନେ ନକଲି ନୋଟ ବ୍ୟବହାର କରୁଥିବା ଜଣାପଡିଛି। କୋରାଜଗୁଡା ଜଙ୍ଗଲରୁ ବିପୁଳ ପରିମାଣର ନୋଟ ଜବତ ହୋଇଛି।