ଆକାଉଣ୍ଟକୁ ଆସୁଛି ଲକ୍ଷ ଲକ୍ଷ ଟଙ୍କା, ଆଶ୍ଚର୍ଯ୍ୟ ଗ୍ରାହକ
ଯାଜପୁର: କାଲି ପଟ୍ଟାମୁଣ୍ଡାଇ ଆଜି ଯାଜପୁର। ଲୋକଙ୍କ ଆକାଉଣ୍ଟକୁ ଅଜଣା ସୂତ୍ରରୁ ଆସୁଛି ଟଙ୍କା। ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାକୁ ଆସୁଛି ଟଙ୍କା। ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ବେତନା, ବାଲିସାହି, ବାଲିଚନ୍ଦ୍ରପୁର ଗାଁର ୫୦୦ରୁ ଅଧିକ ଲୋକଙ୍କ ଆକାଉଣ୍ଟକୁ ଆସିଛି ଲକ୍ଷ ଲକ୍ଷ ଟଙ୍କା। କେଉଁ ବାବଦକୁ ଏ ଟଙ୍କା ଆସିଛି ଜଣାପଡ଼ି ନଥିବାବେଳେ ଟଙ୍କା ଉଠାଇବାକୁ ବ୍ୟାଙ୍କରେ ଲାଗିଛି ଲୋକଙ୍କ ଭିଡ଼।
କାହାର ୨୦ ହଜାର ତ ଆଉ କାହାର ୫୦ ହଜାର। ଅନେକ ଲୋକଙ୍କ ଆକାଉଣ୍ଟକୁ ହଜାର ହଜାର ଟଙ୍କା ଆସିଥିବା ଜାଣି ଖୁସି ହୋଇଯାଇଛନ୍ତି ଲୋକ। ଏନେଇ ଓଡ଼ିଶା ଗ୍ରାମ୍ୟବ୍ୟାଙ୍କର ଆସିଷ୍ଟାଣ୍ଟ ମ୍ୟାନେଜର କହିଛନ୍ତି, ଗତକାଲିଠୁ ଲୋକମାନେ ବ୍ୟାଙ୍କକୁ ଆସି ଟଙ୍କା ଉଠାଇନେଉଛନ୍ତି । ତେବେ କେଉଁଠୁ ଟଙ୍କା ଆସିଛି ସେନେଇ ସ୍ପଷ୍ଟ ସୂଚନା ମିଳିପାରିନି। ଟଙ୍କା କେଉଁଠୁ ଆସିଛି ତାହାର ତଦନ୍ତ ଜାରି ରହିଛି।