୨ ବର୍ଷ ପରେ ମୋନିକା ମର୍ଡର ମିଷ୍ଟ୍ରି ଉପରୁ ହଟିଲା ପରଦା, ଅଭିଯୁକ୍ତ ହେଡ୍ କନେଷ୍ଟବଳ ଗିରଫ

ନୂଆଦିଲ୍ଲୀ: ୨ ବର୍ଷ ପରେ ମୋନିକା ମର୍ଡର ମିଷ୍ଟ୍ରି ଉପରୁ ହଟିଲା ପରଦା । ଦିଲ୍ଲୀ ପୋଲିସର ହେଡ୍ କନେଷ୍ଟବଳକୁ ଗିରଫ କଲା କ୍ରାଇମବ୍ରାଞ୍ଚ । ଅଭିଯୁକ୍ତ ହେଲେ ୪୨ ବର୍ଷୀୟ ହେଡ କନଷ୍ଟେବଳ ସୁରେନ୍ଦ୍ର ସିଂ ରାଣା । ହତ୍ୟା ପରେ ମହିଳା କନଷ୍ଟେବଳଙ୍କ ମୃତଦେହକୁ ଡ୍ରେନରେ ଲୁଚାଇ ରଖିଥିଲା ଅଭିଯୁକ୍ତ । ୨ବର୍ଷ ପରେ ମିଳିଲା ନିଖୋଜ କନେଷ୍ଟବଳ ମୋନିକାଙ୍କ କଙ୍କାଳ । ମୋନିକା ୨୦୧୯ ମସିହାରେ କନେଷ୍ଟବଳ ପଦରୁ ଇସ୍ତଫା ଦେଇ ସିଭିଲ ସର୍ଭିସ୍ ପାଇଁ ପ୍ରସ୍ତୁତି ଚଳାଇଥିଲେ । ଚାକିରୀ ସମୟରେ ପିସିଆରରେ ଡ୍ଯୁଟି କରିବା ବେଳେ ହେଡ କନେଷ୍ଟବଳଙ୍କ ସହ ଘନିଷ୍ଟ ହୋଇଥିଲେ ମୋନିକା ।

ମୋନିକା ବିବାହିତ ଥିଲେ, ହେଲେ ହେଡକନେଷ୍ଟବଳ ସୁରେନ୍ଦ୍ର ତାଙ୍କୁ ବିବାହ କରିବାକୁ ବାଧ୍ୟ କରୁଥିଲେ । ୮ ସେପ୍ଟେମ୍ବର ୨୦୨୧ରେ ବାହାଘରକୁ ନେଇ ଜୋରଦାର ଗଣ୍ଡଗୋଳ ହୋଇଥିଲା । ପାଟିତୁଣ୍ଡ ପରେ ମୋନିକାକୁ ନିସ୍ତୁକ ମାଡ ମାରିଥିଲେ ସୁରେନ୍ଦ୍ର । ମାଡ ମାରିବା ପରେ ମୋନିକାର ଗଳା ଚିପି ହତ୍ୟା କରିଥିଲେ ସୁରେନ୍ଦ୍ର । ହତ୍ୟା କରିବା ପରେ ମୃତ ଦେହକୁ ନାଳ ଭିତରେ ଲୁଚାଇ ରଖିଥିଲା । ଏ ସମସ୍ତ ଘଟଣାକୁ ନିଜେ ସ୍ବୀକାର କରିଛି ସୁରେନ୍ଦ୍ର । ଦିଲ୍ଲୀର ସ୍ବତନ୍ତ୍ର ପୋଲିସ କମିଶନର ରବିନ୍ଦ୍ର ସିଂ ଯାଦବ ଏକ ସାମ୍ବାଦିକ ସମ୍ମଳନୀରେ ଏ ପୁରା ଘଟଣାର ଖୁଲାସା କରିଛନ୍ତି ।