spot_img

Latest Posts

ମୋମୋ ଦେଇଛି ରୋଜଗାର: ବର୍ଷକୁ ହେଉଛି ୧୨-୨୫ ଲକ୍ଷ ଲାଭ

ମୋମୋ ଦେଇଛି ରୋଜଗାର । ସ୍ବାବଲମ୍ବୀ କଟକ ଜିଲ୍ଲା ସାଲେପୁର ନାନ୍ଦୋଳ ଗାଁର ରମାକାନ୍ତ ବେହୁରା । ଅନ୍ୟଙ୍କ ପାଇଁ ଫିଟାଇଛନ୍ତି ଉପାର୍ଜନର ବାଟ। ଦେଖନ୍ତୁ କିପରି ଚାଲିଛି ମୋମୋ ପ୍ରସ୍ତୁତି । କିଏ ମଇଦାରେ ଚକଟି ଗୁଳା କରୁଛି ତ ଆଉ କିଏ ବେଲି ମୋମୋରେ ଭେଜ ଓ ନନ-ଭେଜର ସୁଆଦିଆ ପୂର ଦେଇ କରୁଛି ମୋମୋ ପ୍ରସ୍ତୁତ । ତା ପରେ ସିଝା ହେବା ପାଇଁ ଯାଉଛି । ସିଝାକୁ କଢ଼ା ଯାଇ ସେଗୁଡିକୁ ଥଣ୍ଡା କରାଯାଉଛି । ପରେ ପ୍ୟାକେଟ ହୋଇ ବିଭିନ୍ନ ସ୍ଥାନକୁ ଯିବା ପାଇଁ ପ୍ୟାକେଟରେ ନାମ ଲେଖା ଯାଇ ପଠାଯାଉଛି । ଏଠାରେ ଆଠ ପ୍ରକାର ମୋମୋ ପ୍ରସ୍ତୁତ କରାଯାଉଛି। ଚିକେନ୍, ମଟନ, ପନିର, ଭେଜିଟେବୁଲ, କର୍ଣ୍ଣ କ୍ୟାପସିକମ, ଚକୋଲେଟ, ମସରୁମ, ଚିଙ୍ଗୁଡ଼ି ମୋମୋ ପ୍ରସ୍ତୁତ କରି ବରାଦ ଅନୁଷ୍ଠାନକୁ ପଠାଯାଉଛି। ପ୍ରତିଦିନ କଟକ, ଭୁବନେଶ୍ୱର, କେନ୍ଦ୍ରାପଡା, ପାରାଦୀପ, ଅନୁଗୁଳ, ଢେଙ୍କାନାଳ , କେନ୍ଦୁଝର ଭଳି ବିଭିନ୍ନ ଜିଲ୍ଲାକୁ ଏଠାରୁ ପଠାଯାଉଛି ମୋମୋ । ଏଥିରୁ ବାର୍ଷିକ ୧୨ ରୁ ୨୫ ଲକ୍ଷ ଲାଭ ହେଉଥିବା କହିଛନ୍ତି ରମାକାନ୍ତ।

ହାଇଦ୍ରାବାଦରେ ସାନଭାଇ ଚାକିରି କରୁଥିବା ସମୟରେ ଫାଷ୍ଟ ଫୁଡ୍ ମୋମୋ ବ୍ୟବସାୟକୁ ପ୍ରଥମେ କଟକକୁ ଆଣିଥିଲେ । ହେଲେ ହଠାତ ସାନ ଭାଇଙ୍କ ମୃତ୍ୟୁ ପରେ ବଡ଼ଭାଇ ଗ୍ରାଜୁଏସନ ପାସ କରି ଭାଇର ଫାଷ୍ଟ ଫୁଡ ମୋମୋ ପ୍ରସ୍ତୁତି ବ୍ୟବସାୟରେ ସାମିଲ ହେଲେ । ୨୦୦୯ରୁ ଏହି ବ୍ୟବସାୟ ଆରମ୍ଭ କରିଥିବାବେଳେ ସବୁ କାର୍ଯ୍ୟରେ ତାଙ୍କ ସହଧର୍ମିଣୀ ଓ ମା ତାଙ୍କୁ ସାହାଯ୍ୟ କରିଥାନ୍ତି । ଗ୍ରାମର ମହିଳାମାନେ ଏହି ବ୍ୟବସାୟରେ କର୍ମନିଯୁକ୍ତି ପାଇପାରିଛନ୍ତି । ମୋମୋ ପ୍ରସ୍ତୁତ କରି ପନ୍ଦର ଜଣଙ୍କ ପରିବାର ମଧ୍ୟ ପ୍ରତିପୋଷଣ ହୋଇ ପାରୁଛି। ଦୈନିକ ଛଅ ଘଣ୍ଟା କାର୍ଯ୍ୟ କରି ଭଲ ରୋଜଗାର କରୁଥିବାରୁ ବେଶ ଖୁସିଥିବା ସେମାନେ କହିଛନ୍ତି । ରମାକାନ୍ତ ମୋମୋ ବ୍ୟବସାୟ କରି ଗ୍ରାମର ମହିଳାମାନଙ୍କୁ ରୋଜଗାର ଦେଇ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି।

Latest Posts

Don't Miss