spot_img

Latest Posts

ଇରାନର ନୂଆ ସୁପ୍ରିମ ଲିଡର ମୋଜତବା ଖମେନେଇ ଅଚେତ

ନନ୍ଦିଘୋଷ ବ୍ୟୁରୋ : ଇରାନର ନୂଆ ସୁପ୍ରିମ ଲିଡର ମୋଜତବା ଖମେନେଇ ଅଚେତ। ସେ ଗୁରୁତର ଭାବେ ଆହତ ହୋଇଛନ୍ତି। ଫେବୃଆରି ୨୮ ରେ ଯେଉଁଦିନ ଯୁଦ୍ଧ ଆରମ୍ଭ ହେଲା, ସେହି ଦିନର ଆକ୍ରମଣରେ ମୋଜତବା ଆହତ ହୋଇଛନ୍ତି ଏବଂ ସେହି ଦିନରୁ ଅଚେତ ଅଛନ୍ତି। କ୍ଵୋମ ସହରରେ ତାଙ୍କର ଚିକିତ୍ସା ଚାଲିଛି। ଆମେରିକାର ଗୁଇନ୍ଦା ସୂତ୍ରରୁ ଏହି ସୂଚନା ମିଳିଛ। ଉପସାଗରୀୟ ସହଯୋଗୀ ଦେଶଗୁଡ଼ିକୁ ଆମେରିକା ପକ୍ଷରୁ ଏହି ସୂଚନା ଦିଆଯାଇଥିଲା। ମୋଜତବା କୌମସି ଦୈନନ୍ଦିନ କାମ କରୁ ନାହାନ୍ତି ବୋଲି ଏହି ଗୁଇନ୍ଦା ସୂତ୍ରରୁ ଜଣାପଡ଼ିଛି। ଫେବୃଆରୀ ୨୮ରେ ହିଁ ଇରାନ ଯୁଦ୍ଧ ଆରମ୍ଭ ହୋଇଥିଲା। ରାତିରେ ଇରାନ ଉପରେ ମିଳିତ ଭାବେ ଆକ୍ରମଣ କରିଥିଲେ ଆମେରିକା ଓ ଇସ୍ରାଏଲ। ଏଥିରେ ଇରାନର ସୁପ୍ରିମ ଲିଡର ଆୟୋତଲ୍ଲା ଅଲି ଖୋମିନେଇ ନିହତ ହୋଇଥିଲେ। ସେହି ସମୟରେ ଘଟଣା ସ୍ଥଳରେ ମୋଜତବା ମଧ୍ୟ ଉପସ୍ଥିତ ଥିଲେ ଓ ସେ ଗୁରୁତର ଆହତ ହୋଇଛନ୍ତି। ବାପାଙ୍କ ପରେ ମୋତଜବାଙ୍କୁ ଇରାନର ସୁପ୍ରିମ ଲିଡର ଘୋଷଣା କରାଯାଇଛି।

Latest Posts

Don't Miss