ଆଳି ଘଟଣାର ରିପିଟ୍ ଟେଲିକାଷ୍ଟ, ଝିଅ ପାଇଁ ଶୁଦ୍ଧି ହେଲେ ପରିବାର
1 min read
ମୋହନା: ପ୍ରେମ ବିବାହ କରିବାରୁ ଶୁଦ୍ଧି ହେଲେ ପରିବାର । ଆଳି ପରେ ଏବେ ମୋହନାରୁ ଆସିଛି ସମାନ ଖବର । ବଞ୍ଚି ଥାଉ ଥାଉ ଝିଅର ଦଶlହକାର୍ଯ୍ୟ କଲେ ପରିବାର l ଝିଅ ପ୍ରେମ ବିବାହ କଲେ ବୋଲି ପରିବାର ଲୋକେ କଲେ ଶୁଦ୍ଧିକ୍ରିୟା l ଗଜପତି ଜିଲ୍ଲା ମୋହନା ବ୍ଲକ ଚାନ୍ଦିପୁଟ ଗାଁର ଘଟଣା l ଗାଁର ସହଦେଵ ସାହୁଙ୍କ ଝିଅ ଚାନ୍ଦିନୀ ସାହୁ ଗତ 2 ତାରିଖ ରାତିରେ ଘରୁ କେଉଁ ଆଡେ ଚାଲିଯାଇଥିଲେ l ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜା ଖୋଜି କରିଥିଲେ l ତେବେ ଗତ 4 ତାରିଖ ଦିନ ଗାଁର ଜଣେ ପୁଅକୁ କୋର୍ଟରେ ବିବାହ କରିଥିବା ଫୋଟ ଦେଖି ଦୁଃଖରେ ଭାଙ୍ଗି ପଡ଼ିଥିଲେ l ଏନେଇ 6 ତାରିଖ ଦିନ ମୋହନା ଥାନାରେ ଲିଖିତ ଅଭିଯୋଗ କରିଥିଲେ ଝିଅର ବାପା ସହଦେଵ l ଝିଅ ମରିଗଲା ବୋଲି କହିବା ସହ ତାର ଫଟୋରେ ଫୁଲ ମାଳ ପକାଇ ପୁରୋହିତଙ୍କ ଦ୍ୱାରା ଆଜି ଶୁଦ୍ଧିକ୍ରିୟା କରାଯାଉଥିବା କହିଛନ୍ତି ପରିବାର ଲୋକେ ।