ନବୀନଙ୍କ ଆଶୀର୍ବାଦ ଲୋଡିଲେ ମୋହନ ,ଶପଥ ଗ୍ରହଣ ପୂର୍ବରୁ ସୌଜନ୍ଯମୂଳକ ସାକ୍ଷାତ

ଭୁବନେଶ୍ୱର : ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କଲେ ଭାବୀ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ନବୀନ ନିବାସ ଯାଇ ନବୀନଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ପ୍ରାୟ ୧୫ ମିନିଟ ନବୀନ ନିବାସରେ ରହିଥିଲେ ମୋହନ । ଶପଥ ପାଠ କାର୍ଯ୍ୟକ୍ରମରେ ସାମିଲ ହେବା ଲାଗି ନବୀନଙ୍କୁ ମୋହନ ଅନୁରୋଧ କରିଛନ୍ତି ।

ସେହିପରି ନୂଆ ସରକାରକୁ ଆଶୀର୍ବାଦ କରିବା ଲାଗି ମୋହନ ମଧ୍ୟ ଅନୁରୋଧ କରିଛନ୍ତି । ଶପଥ ପାଠ କାର୍ଯ୍ୟକ୍ରମରେ ସାମିଲ ହେବା ଲାଗି ନବୀନ ପ୍ରତିଶ୍ରୁତି ଦେଇଥିବା ମୋହନ କହିଛନ୍ତି । ସେହିପରି ନୂଆ ସରକାରଙ୍କ ପ୍ରତି ନବୀନଙ୍କର ଆଶୀର୍ବାଦ ରହିବ ବୋଲି ମୋହନ କହିଛନ୍ତି । ସମସ୍ତ ବିରୋଧୀ ଦଳକୁ ସାଙ୍ଗରେ ନେଇ ରାଜ୍ୟର ବିକାଶ କାର୍ଯ୍ୟରେ ଆମେ ନିୟୋଜିତ ହେବୁ ବୋଲି ମୋହନ କହିଛନ୍ତି ।