spot_img

Latest Posts

ଆରଏସଏସର ବୈଠକରେ ଯୋଗ ଦେବାକୁ ଆସିଛନ୍ତି ଓଡ଼ିଶା

ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ମୁଖ୍ୟ ମୋହନ ଭାବଗତ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ବିମାନ ବନ୍ଦରରେ ତାଙ୍କୁ ସ୍ୱାଗତ କରିଥିଲେ ଆରଏସଏସର କର୍ମକର୍ତା। ଆସନ୍ତା ୯ ଦିନ ପର୍ଯ୍ୟନ୍ତ ଓଡ଼ିଶାରେ ରହିବେ ମୋହନ ଭାଗବତ। ଆରଏସଏସର ସବୋର୍ଚ୍ଚ ନୀତି ନିର୍ଧାରଣ କମିଟିର ବୈଠକ ଆସନ୍ତା ୭ ଦିନ ଧରି ଓଡ଼ିଶାରେ ଅନୁଷ୍ଠିତ ହେବ। ପ୍ରଥମ ଥର ପାଇଁ ଆରଏସଏସ ଇତିହାସରେ ଏଭଳି ବଡ଼ ବୈଠକ ହେବାକୁ ଯାଉଛି।

ଅଖିଳ ଭାରତୀୟ କାର୍ଯ୍ୟକାରୀ ମଣ୍ଡଳର ବୈଠକରେ ଭାଗବତ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଅକ୍ଟୋବର ୧୪ରୁ ୨୦ ପର୍ଯ୍ୟନ୍ତ ହେବାକୁ ଥିବା ଏହି ବୈଠକରେ ୪୦୦ରୁ ଅଧିକ କର୍ମକର୍ତ୍ତା ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଆରଏସଏସ୍‌ ସ୍ୱୀକୃତିପ୍ରାପ୍ତ ୪୫ଟି ସଂଗଠନର ଭିନ୍ନ ଭିନ୍ନ ସମାବେଶ, କାର୍ଯ୍ୟକ୍ରମ, ବୈଠକ ଓ ଆଲୋଚନାରେ ଯୋଗଦେବେ ମୋହନ ଭାଗବତ। ')}

Latest Posts

Don't Miss