କୁଲଦୀପଙ୍କ ବେକ୍ ଧରି ଟାଣିଲେ ସିରାଜ୍: ସଫେଇ ରଖିଲେ କୋହଲି

ଚେନ୍ନାଇ: ଶୁକ୍ରବାରଠାରୁ ଭାରତୀୟ ଖେଳାଳିଙ୍କ ଏକ ଭିଡିଓ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହେଉଛି । ଯେଉଁଥିରେ ଭାରତୀୟ ଟିମ୍‌ର ଦ୍ରୁତ ବୋଲର ମହମ୍ମଦ ସିରାଜ୍ ସ୍ପିନ୍ ବୋଲର କୁଲଦୀପ ଯାଦବଙ୍କୁ ବେକ୍ ଧରି ଟାଣୁଥିବା ଦେଖିବାକୁ ମିଳିଥିଲା । ଭିଡିଓକୁ ଦେଖିଲେ ମନେ ହେବ ଦୁହେଁ ଯେଭଳି ଝଗଡ଼ା କରୁଛନ୍ତି । ଏଣୁ ସିରାଜ୍ ପୂର୍ବର କୌଣସି କଥାକୁ ନେଇ ରାଗି ଯାଇ କୁଳଦୀପଙ୍କ ବେକକୁ ଧରି ଭିଡ଼ୁଛନ୍ତି । କ୍ୟାମେରା ମୁଖ୍ୟ କୋଚ ରବି ଶାସ୍ତ୍ରିଙ୍କ ଉପରେ ଫୋକସ୍ କରିଥିବା ବେଳେ ତାଙ୍କ ପଛରେ ଘଟିଥିବା ଉଭୟ ଖେଳାଳିଙ୍କ ତିକ୍ତତା ଭରା ଦୃଶ୍ୟ ମଧ୍ୟ କ୍ୟାମରେ ଲେନ୍ସରେ କଏଦ ହୋଇଥିଲା । ଯାହା ପ୍ରଶଂସକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ପରେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଯେଉଁ ଥିରେ ଉଭୟଙ୍କ ସମ୍ପର୍କକୁ ନେଇ ପ୍ରଶ୍ନ ଉଠାଇଥିଲେ ପ୍ରଶଂସକ ।

        ତେବେ ଏହି ଲାଇଭ୍ ଭିଡିଓର କ୍ଳିପ୍କୁ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲୀ ମଧ୍ୟ ଟ୍ୱିଟରରେ ସେୟାର କରିଥିଲେ । ଏବଂ ଲେଖିଥିଲେ ଏହି ଭିଡିଓକୁ ଅନ୍ୟ ଅର୍ଥରେ ନିଅନ୍ତୁନାହିଁ ସେମାନେ ଦୁହେଁ ଘନିଷ୍ଠ ବନ୍ଧୁ ।

ଏଥିସହିତ ପଢ଼ନ୍ତୁ: ବ୍ରିଟେନ୍ ଷ୍ଟ୍ରେନକୁ ମାତ୍ ଦେବ ଭାରତର କୋଭିସିଲ୍ଡ

Leave a Reply