ଫିଟ୍ ନାହାନ୍ତି ସାମି, ଖେଳି ନପାରନ୍ତି ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍

ନୂଆଦିଲ୍ଲୀ: ଜାନୁଆରୀ ୨୫ ତାରିଖରୁ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ ଖେଳିବ ଭାରତ। ଦକ୍ଷିଣ ଆଫ୍ରିକାରେ ସିରିଜ ଡ୍ର କରିବା ପରେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ଜିତିବା ଲକ୍ଷ୍ୟରେ ମେନ୍ ଇନ୍ ବ୍ଲୁ । ତେବେ ଆହତ କାରଣରୁ ଟିମ ଇଣ୍ଡିଆରୁ ବାହାରେ ଥିବା ଦୃତ ବୋଲର ମହମ୍ମଦ ସାମି ଏହି ସିରିଜ ଖେଳି ନପାରନ୍ତି । ବିଶ୍ବକପ ପରେ ବିଶ୍ରାମ ନେଇଥିବା ସାମି ଆହତ କାରଣରୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ମଧ୍ୟ ଖେଳିପାରିନଥିଲେ । ସାମିଙ୍କ ଗୋଡ଼ରେ ଆଘାତ ଲାଗିଥିବାବେଳେ ସେ ଫିଟ୍ ହୋଇନାହାନ୍ତି । ବିଶ୍ବକପରେ ତାଙ୍କ ଦମଦାର ପ୍ରଦର୍ଶନ ଟିମ ପାଇଁ ଗୁରୁତ୍ବ ବହନ କରିଥିବାବେଳେ ଶକ୍ତିଶାଳୀ ଦଳ ବିପକ୍ଷରେ ସାମିଙ୍କ ଉପସ୍ଥିତି ଦରକାର ବୋଲି କ୍ରିଡ଼ାପ୍ରେମୀମାନେ କହିଛନ୍ତି । ସାମିଙ୍କ ବଦଳରେ ମୁକେଶ କୁମାର ସ୍ଥାନ ପାଇବେ ବୋଲି କୁହାଯାଉଛି । ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରିଜରେ ଆଭେଶ ଖାନଙ୍କୁ ସୁଯୋଗ ମିଳିଥିଲା । ବୁମରା, ସିରାଜ, ମୁକେଶ କୁମାର ଏବଂ ପ୍ରସିଦ୍ଧ କ୍ରିଷ୍ଣା ପ୍ରମୁଖ ଦୃତ ବୋଲିଂ ଭାର ସମ୍ଭାଳିବେ ।