ମାନସିକ ରୂପେ ଭାଙ୍ଗିପଡ଼ିଥିଲେ ମହମ୍ମଦ ସାମୀ, ଆତ୍ମହତ୍ୟା କରିବାକୁ ଚିନ୍ତା କରୁଥିଲେ..!

1 min read

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ଦଳ‌ର ଦ୍ରୁତ ବୋଲର ମୋହମ୍ମଦ ସାମୀ, ୨୦୧୫ ବିଶ୍ୱକପ୍‌ ପରେ ଆଘାତ କାରଣରୁ ଘରକୁ ଫେରୁଥିବା ବେଳେ ତିନିଥର ଆତ୍ମହତ୍ୟା କରିବାକୁ ଚିନ୍ତା କରିଥିଲେ ।

ଇନଷ୍ଟାଗ୍ରାମରେ ରୋହିତ ଶର୍ମାଙ୍କ ସହ କଥା ହେଉଥିବା ବେଳେ ସାମୀ ଏଭଳି କହିଛନ୍ତି । ସେ କହିଛନ୍ତି ୨୦୧୫ ବିଶ୍ୱକପ୍‌ ପରେ ଆଘାତ କାରଣରୁ ସେ ଘରକୁ ଫେରି ଆସିଥିଲେ । ଏହା ପରେ ନିଜର ବ୍ୟକ୍ତିଗତ ଜୀବନର ସମସ୍ୟା କାରଣରୁ ମାନସିକ ଚାପଗ୍ରସ୍ତ ଥିଲେ । ନିଜର ଏକାଗ୍ରତା ବଜାୟ ରଖିବାକୁ ସେ ନିଜ ଭିତରେ ଅନେକ ସଂଘର୍ଷ କରିଛନ୍ତି ।

ସାମୀ କହିଛନ୍ତି, ‘ମୁଁ ୨୦୧୫ ବିଶ୍ୱକପରେ ଆହତ ହୋଇଥିଲି । ଏହା ପରେ ଦଳରେ ପ୍ରତ୍ୟାବର୍ତ୍ତନ କରିବାକୁ ମତେ ୧୮ ମାସ ସମୟ ଲାଗିଥିଲା । ଏହି ସମୟ ଅତିକ୍ରମ କରିବା ସାମୀଙ୍କ ଜୀବନର ସବୁଠାରୁ ବଡ଼ କଷ୍ଟଦାୟକ ଥିଲା ।

ସାମୀ ଆହୁରି କହିଛନ୍ତି, ଖାଲିରେ ଘରେ ରହିବା କଷ୍ଟ ଦାୟକ । ଏହାସହ ପାରିବାରିକ ସମସ୍ୟା ରହିଥିଲେ ତାହା ଅଧିକ କଷ୍ଟଦାୟକ । ଖାଲି ସେତିକି ନୁହେଁ ଆଇପିଏଲ୍‌ର ୧୦-୧୨ ଦିନ ପୂର୍ବରୁ ସେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ଯାହାକି ତାଙ୍କୁ ସମ୍ପୂର୍ଣ୍ଣ ରୂପେମାନସିକ ସ୍ତରରେ ଭାଙ୍ଗି ଦେଇଥିଲା । ଅନ୍ୟପଟେ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ମିଡିଆରେ ଅନେକ ଚର୍ଚ୍ଚା ହେଉଥିଲା । ଏହି ସବୁ କାରଣରୁ ସାମୀ ୩ ଥର ଆତ୍ମ ହତ୍ୟା କରିବା କଥା ଚିନ୍ତା କରିଛନ୍ତି ।

ସାମୀ ଶେଷରେ କହିଛନ୍ତି କ୍ରିକେଟ୍‌କୁ ପୁଣି ଫେରିବା ପଛରେ ତାଙ୍କ ପରିବାର ଲୋକଙ୍କ ହାତ ରହିଛି । ପରିବାର ପକ୍ଷରୁ ଯଦି ସହଯୋଗ ମିଳିନଥାନ୍ତା ସେ କ୍ରିକେଟ୍‌ ଦୁନିଆଠାରୁ ସମ୍ପୂର୍ଣ୍ଣ ଦୂରେଇ ଯାଇଥାନ୍ତେ । ସାମୀ ଏତେ ମାତ୍ରାରେ ମାନସିକ ଚାପଗ୍ରସ୍ତ ଥିଲେ ଯେ, ପ୍ରାକ୍ଟିସ୍‌ ମଧ୍ୟ କରିପାରୁ ନଥିଲେ । ପରିବାର ଲୋକ ସବୁବେଳେ ସାଥିରେ ଥିଲେ ଓ ସାହସ ଦେଉଥିଲେ ବୋଲି ସେ ଆଜି କ୍ରିକେଟକୁ ଫେରି ପାରିଛନ୍ତି ।

Leave a Reply