ଭୁବନେଶ୍ବର : ବର୍ତ୍ତମାନର ବଡ଼ ଖବର। ମହମ୍ମଦ ମୋକିମ୍ କଂଗ୍ରେସରୁ ବହିଷ୍କୃତ। ଦଳ ବିରୋଧୀ କାମ ଅଭିଯୋଗରେ ତାଙ୍କ ବିରୋଧରେ ନିଆଯାଇଛି କଡ଼ା କାର୍ଯ୍ୟାନୁଷ୍ଠାନ। ତାଙ୍କୁ ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରାଯାଇଛି। ଦଳୀୟ ନେତୃତ୍ଵକୁ ଖୋଲାଖୋଲି ଚ୍ୟାଲେଞ୍ଜ କରିଥିଲେ ମୋକିମ। କିଛି ଦିନ ତଳେ ୫ ପୃଷ୍ଠାର ବିରାଟ ଚିଠି ଲେଖିଥିଲେ କଂଗ୍ରେସ ସାଂସଦ ସୋନିଆ ଗାନ୍ଧିଙ୍କୁ। ଏଥିରେ ସେ ପିସିସି ସଭାପତି ଭକ୍ତ ଦାସଙ୍କ ବିରୋଧରେ ଖୋଲାଖୋଲି ବିଷୋଦଗାର କରିଥିଲେ। ନୂଆପଡ଼ା ପରାଜୟକୁ ନେଇ କହିଥିଲେ ଭକ୍ତ ଦାସଙ୍କ ନିଜ ଅଞ୍ଚଳରେ ବି ଦଳ ୮୦ ହଜାର ଭୋଟରେ ହାରିଛି। ଏଥିପାଇଁ କର୍ମୀ ହତାଶ ହୋଇ ପଡ଼ିଥିବା କହିଥିଲେ। କେବଳ ସେତିକି ନୁହେଁ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଓ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କ ବିରୋଧରେ ବି ମତ ଦେଇଥିଲେ। ଏହାକୁ ନେଇ ଦଳରେ ସୃଷ୍ଟି ହୋଇଥିଲା କମ୍ପନ। ଅନୁମାନ କରାଯାଉଥିଲା ମୋକିମଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହୋଇପାରେ। ଏପରି ସଂକେତ ବି ଆସିଥିଲା। ଶେଷରେ ତାଙ୍କୁ ଦଳରୁ ବହିଷ୍କାର କରାଯାଇଛି।

