spot_img

Latest Posts

ଉଗ୍ର ରୂପ ନେଉଛି କଂଗ୍ରେସ କନ୍ଦଳ, ଅସନ୍ତୋଷ ଝାଡୁଛନ୍ତି ପୁରୁଖା ନେତା

ଭୁବନେଶ୍ୱର: ଉଗ୍ର ରୂପ ନେଉଛି କଂଗ୍ରେସ କନ୍ଦଳ। ଜୋର ଧରିଲା ସଭାପତି ହଟାଇବା ଦାବି। ଅସନ୍ତୋଷ ଝାଡୁଛନ୍ତି ପୁରୁଖା ନେତା। ମୋକିମ କହିଲେ, ପଦ ଛାଡ଼ନ୍ତୁ ଫେଲ୍ ନେତା। ନେତାଙ୍କ ଅସନ୍ତୋଷକୁ ହାଲକା ଭାବେ ନେଲେ ଶରତ।  କଂଗ୍ରେସ ନିଶାଣରେ କଂଗ୍ରେସ। ପିସିସି ସଭାପତି ଶରତ ପଟ୍ଟନାୟକଙ୍କ କାର୍ଯ୍ୟକଳାପ ବିରୋଧରେ ଉଗ୍ର ହେଲାଣି ଦଳର ଗୋଷ୍ଠୀ କନ୍ଦଳ। ପିସିସି ସଭାପତିଙ୍କ କାର୍ଯ୍ୟରେ ଅସନ୍ତୋଷ ଝାଡୁଛନ୍ତି ନିଲମ୍ବିତ ଓ ପୁରୁଖା ନେତା।

ଏପରିକି ପିସିସି ସଭାପତି ଦଳକୁ ସଠିକ ଦିଗରେ ନେଉନଥିବା ନେତା ଖୋଲାଖୋଲି କହିଛନ୍ତି। ନିଲମ୍ବିତ ବିଧାୟକ ମହମ୍ମଦ ମୋକିମ ସିଧାସଳଖ ପିସିସି ସଭାପତି ପଦ ଛାଡ଼ିବାକୁ ଆହ୍ବାନ କରିଛନ୍ତି। କଂଗ୍ରେସ ଭୋଟ କଂଗ୍ରେସ ନରଖି ପାରିବା ଓ ନିର୍ବାଚନରେ ବାରମ୍ବାର ଦଳ ଫେଲ ମାରିବା ନେଇ ପିସିସି ସଭାପତିଙ୍କ ନେତୃତ୍ବକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି । ମୋକିମଙ୍କ ଯୁକ୍ତି ହେଉଛି ଫେଲ ମାରିଥିବା ନେତା ପଦ ଛାଡ଼ିବା ଦରକାର।

ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଯେପରି ପରାଜୟ ପାଇଁ ନିଜକୁ ଦାୟୀ କରି ଇସ୍ତଫା ଦେଲେ ଠିକ ସେହିପରି ବର୍ତ୍ତମାନର ସଭାପତି ଇସ୍ତଫା ଦେବା ଦରକାର ବୋଲି ମୋକିମ ଯୁକ୍ତି ବାଢିଛନ୍ତି। ଅନ୍ୟପଟେ କଂଗ୍ରେସ ସହ ବିଜେପିର ଡିଲ ହୋଇଥିବା ଅଭିଯୋଗ କରି ତେରଚ୍ଛା ବାଣ ମାରିଛନ୍ତି ମୋକିମ। ପିସିସିର ଅସନ୍ତୁଷ୍ଟ ନେତାମାନେ ସଭାପତିଙ୍କ ବିରୋଧରେ ବିଜେପି ସହ ଡିଲ ନେଇ ବର୍ଷିଛନ୍ତି । ଖୁବଶୀଘ୍ର ଏନେଇ ଦିଲ୍ଲୀ ଯାଇ ହାଇକମାଣ୍ଡଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଛନ୍ତି ।

Latest Posts

Don't Miss