spot_img

Latest Posts

ଇସ୍ରାଏଲୀ ଆକ୍ରମଣରେ ହମାସ ମୁଖ୍ୟ ମହମ୍ମଦ ସିନୱାର ନିହତ

ନନ୍ଦିଘୋଷ ବ୍ୟୁରୋ : ଇସ୍ରାଏଲୀ ଆକ୍ରମଣରେ ହମାସ ମୁଖ୍ୟ ମହମ୍ମଦ ସିନୱାର ନିହତ।ଆଇଡିଏଫର ଆକ୍ରମଣରେ ଗାଜାରେ ସକ୍ରିୟ ଥିବା ଆତଙ୍କୀ ସଂଗଠନ ହମାସର ମୁଖ୍ୟ ସିନୱାରର ମୃତ୍ୟୁ ହୋଇଥିବା ଜଣାପଜିଛି। ମୃତ୍ୟୁ ନେଇ ସ୍ପଷ୍ଟ କଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଂଜାମିନ ନେତନ୍ୟାହୁ। ଗତ ୧୪ ତାରିଖରେ ଇସ୍ରାଏଲ ହମଲାରେ ମୃତ୍ଯୁ ହୋଇଥିବା ସୂଚନା। ଇସ୍ରାଏଲୀ ବିମାନ ଆକ୍ରମଣରେ ହମାସ ମୁଖ୍ୟ ମହମ୍ମଦ ସିନୱାର ନିହତ ହୋଇଥିବା ଇସ୍ରାଏଲ ପ୍ରଧାନମନ୍ତ୍ରୀ  ବେଞ୍ଜାମିନ୍ ନେତାନ୍ୟାହୁ ଘୋଷଣା କରିଛନ୍ତି। ଏବେବି ଇସ୍ରାଏଲ ଏବଂ ହମାସ ମଧ୍ୟରେ ଲାଗି ରହିଛି ଯୁଦ୍ଧ ସ୍ଥିତି। ଇସ୍ରାଏଲୀ ସେନା ବହୁ ଦିନ ଧରି ହମାସର ଗାଜା ମୁଖ୍ୟ ମହମ୍ମଦ ସିନୱାରଙ୍କୁ ଖୋଜୁଥିଲା। ସିନୱାର ପୂର୍ବତନ ହମାସ ନେତା ୟାହ୍ୟା ସିନୱାରଙ୍କ ସାନ ଭାଇ। ଯିଏକି ଗତବର୍ଷ ଇସ୍ରାଏଲୀ ସୈନ୍ୟଙ୍କ ସହ ଗୁଳିବିନିମୟରେ ପ୍ରାଣ ହରାଇଥିଲେ। ମେ ୧୪ ତାରିଖରେ ଇସ୍ରାଏଲୀ ସେନା ଦ୍ୱାରା କରାଯାଇଥିବା ବିମାନ ଆକ୍ରମଣରେ ହମାସ ମୁଖ୍ୟ ଗୁରୁତର ଆହତ ହୋଇଥିବା ରିପୋର୍ଟ ଆସିଥିଲା। ସେହି ସମୟରେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ କିମ୍ବା IDF ନିଶ୍ଚିତ କରିନଥିଲା। ମହମ୍ମଦ ସିନୱାର ପୂର୍ବତନ ହମାସ ମୁଖ୍ୟ ୟାହ୍ୟା ସିନୱାର ମଧ୍ୟ ୨୦୨୪ରେ ଇସ୍ରାଏଲୀ ସେନା ସହିତ ସଂଘର୍ଷରେ ନିହତ ହୋଇଥିଲେ।

Latest Posts

Don't Miss