ଅର୍ଜୁନ ପୁରସ୍କାର ପାଇପାରନ୍ତି ମହମ୍ମଦ ସାମି, କ୍ରୀଡ଼ାମନ୍ତ୍ରୀଙ୍କୁ BCCIର ଚିଠି

1 min read

ନୂଆଦିଲ୍ଲୀ: ଚଳିତ ବିଶ୍ବକପରେ ଦମଦାର ବୋଲିଂ କରିଥିଲେ ଭାରତୀୟ କ୍ରିକେଟ ଦଳର ଦୃତ ବୋଲର ମହମ୍ମଦ ସାମି । ପ୍ରତମ ୪ଟି ମ୍ୟାଚ ଖେଳିବାର ସୁଯୋଗ ପାଇନଥିଲେ । ମାତ୍ର ଶେଷ ୭ ମ୍ୟାଚରେ ୩୪ ଓ୍ବିକେଟ ଅକ୍ତିଆର କରିଥିବା ସାମିଙ୍କୁ ଅର୍ଜୁନ ପୁରସ୍କାର ଦେବା ପାଇଁ BCCI ପକ୍ଷରୁ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀଙ୍କୁ ଏକ ଚିଠି ଲେଖାଯାଇଥିବା ସୂଚନା ମିଳିଛି । ଫାଇନାଲରେ ଯଦିଓ ଭାରତ ଅଷ୍ଟ୍ରେଲିଆଠାରୁ ହାରିଥିଲା । କିନ୍ତୁ ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ସାମିଙ୍କ ପ୍ରଦର୍ଶନ ଉଚ୍ଚକୋଟିର ଥିଲା । ଏଣୁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଉ ବୋଲି କ୍ରିକେଟ ପ୍ରେମୀମାନେ ଦାବି କରିଛନ୍ତି । ତେବେ ସମ୍ମାନଜନକ ଖେଳ ପୁରସ୍କାର ମେଜର ଧ୍ୟାନଚାନ୍ଦ ଖେଳ ପୁରସ୍କାର ପାଇଁ ବ୍ୟାଡମିଣ୍ଟନ ଯୋଡ଼ି ସ୍ବାତିକ ସାଇରାଜ ଏବଂ ଚିରଗ ରେଡ୍ଡିଙ୍କ ନାମକୁ ଚୟନ କରାଯାଇଛି । ତେବେ ଦ୍ବିତୀୟ ସମ୍ମାନ ଜନକ ଖେଳ ପୁରସ୍କାର ଅର୍ଜୁନ ପୁରସ୍କାର ଦେବାକୁ ବିସିସିଆଇ ପକ୍ଷରୁ ଅନୁରୋଧ କରାଯାଇଛି ।

ସେପଟେ ଅର୍ଜୁନ ପୁରସ୍କାରକୁ ନେଇ ସାମିଙ୍କ ପ୍ରତିକ୍ରିୟା ଆସିଛି । ସେ କହିଛନ୍ତି କି, ଏହା ହେଉଛି ଏକ ସମ୍ମାନଜନକ ପୁରସ୍କାର । ଏହା ପାଇବା ମୋ ପାଇଁ ସ୍ବପ୍ନ । ପାଇଲେ ବହୁତ ଖୁସି ହେବି । ଭାରତ ଏବେ ଦକ୍ଷିଣ ଆଫ୍ରିକା ଗସ୍ତରେ ଥିବାବେଳେ ସାମି ଟେଷ୍ଟ ସିରିଜରେ ଖେଳିବେ । ଯାହାକି ତାଙ୍କର ଫିଟନେସର ପରୀକ୍ଷା ଦେବାକୁ ପଡ଼ିବ । ତେବେ ଟି-୨୦ ବିଶ୍ବକପ ୨୦୨୪ରେ ଅନୁଷ୍ଠିତ ହେବାକୁ ଥିବାବେଳେ ଏବେ ଚାମ୍ପିୟନ ହେବା ପାଇଁ ଯୋଜନା ଆରମ୍ଭ କରିଛି ଟିମ ଇଣ୍ଡିଆ ।